ଗୁଗୁଲ ସର୍ଚ୍ଚରେ ବିଶ୍ୱାସଘାତକ : ମହିଳାଙ୍କ ଆକାଉଣ୍ଟରୁ କଟିଗଲା ୧ ଲକ୍ଷ ଟଙ୍କା

Published By : Prameya-News7 Bureau | December 19, 2018 IST

ଆମ ମନରେ ଯେତେବେଳେ କୌଣସି ପ୍ରାସ ଉଠେ କିମ୍ବା କୌଣସି ତଥ୍ୟ ପାଇବାକୁ ଥିଲେ ଆମେ ପ୍ରଥମେ ଗୁଗୁଲର ସହାୟତା ନେଇଥାଉ | ଦିଲ୍ଲୀର ଜଣେ ମହିଳାଙ୍କୁ ଗୁଗୁଲ ସରଚା ପାଇଁ ଲକ୍ଷେ ଟଙ୍କା ହରେଇବାକୁ ପଡିଛି |

ପୂର୍ବ ଦିଲ୍ଲୀର ସୀମାପୁରୀ ଅଂଚଳରେ ରହୁଥିବା ଜଣେ ମହିଳା ଗୁଗୁଲ ସର୍ଚ୍ଚରେ ଏକ ଛୋଟ ଭୁଲ କରି ଲକ୍ଷେ ଟଙ୍କା ହରେଇଛନ୍ତି | ଆଜିକାଲି ସବୁ କ୍ଷେତ୍ରରେ ଫ୍ରଡ ଚାଲିଛି | କେଉଁ ସଂସ୍ଥାକୁ ହେଲେ ଛାଡ଼ୁନାହାନ୍ତି ଦୁର୍ବୁର୍ତ୍ତ | ତେବେ ଏଭଳି ବିଶ୍ୱାସଘାତକ କାମରେ ଗୁଗୁଲର କୌଣସି ଭୂମିକା ନାହିଁ | ଗୁଗୁଲ ସେବାର ଭୁଲ ବ୍ୟବହାର କରି ଏଭଳି ବିଶ୍ୱାସଘାତକତା କାମ କରାଯାଉଛି |

{"id":65411,"width":591,"height":332}

ବିଶ୍ୱାସଘାତକର ଶିକାର ହୋଇଥିବା ମହିଳା ଗୋଟିଏ ଘରୋଇ ସଂସ୍ଥାରେ କାମ କରନ୍ତି | ଇ-ୱାଲେଟ ଆକାଉଣ୍ଟ ସହ ଜଡିତ କିଛି ସମସ୍ୟା ନେଇ ମହିଳା ଜଣକ କଷ୍ଟମର କେୟାର ସହିତ କଥା ହେବା ପାଇଁ ଗୁଗୁଲରୁ କଷ୍ଟମର କେୟାରର ଯୋଗାଯୋଗ ନମ୍ବର ଖୋଜିଥିଲେ | ଗୁଗୁଲ ସର୍ଚ୍ଚ କରି ସେ ଏକ ନମ୍ବର ପାଇଥିଲେ | ମହିଳା ଭାବିଲେ ସେଇଟା କଷ୍ଟମର କେୟାର ନମ୍ବର ହୋଇଥିବ | କିନ୍ତୁ ପରେ ଜଣାପଡିଥିଲା ଯେ, କଷ୍ଟମର କେୟାରରେ ଶୋ କରୁଥିବା ନମ୍ବର ଏକ ଠକର | ଏହି ଠକ ବ୍ୟକ୍ତି ଇ-ୱାଲେଟ କମ୍ପାନୀର ରିପ୍ରେଜେଣ୍ଟେଟିଭ ଭାବେ ମହିଳାଙ୍କ ସହ କଥା ହୋଇଥିଲେ | 

{"id":65412,"width":584,"height":359}

ମହିଳା ତାଙ୍କ କଥାରେ ବିଶ୍ୱାସ କରି କଷ୍ଟମର କେୟାରର ନମ୍ବର ଭାବି ଫୋନରେ ସେହି ବ୍ୟକ୍ତିକୁ ନିଜ କାର୍ଡର ସମସ୍ତ ଡିଟେଲ କହିଦେଇଥିଲେ | କାର୍ଡ ଡିଟେଲ ଦେଲେ ତାଙ୍କୁ ଇ-ୱାଲେଟ କମ୍ପାନୀରୁ ରିଫଣ୍ଡ ମିଳିବ ବୋଲି ସେ ଏଭଳି କରିଥିଲେ | ଅଚାନକ ମହିଳାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା କଟିଗଲା |

ଏହା ପୂର୍ବରୁ ମୁମ୍ବାଇରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା | ଵିଶ୍ଵାସଘାତ କରିଥିବା ବ୍ୟକ୍ତି ଗୁଗୁଲ ସର୍ଚ୍ଚରେ ଯାଇ ଇପିଏଫଓ ଅଫିସର ନମ୍ବର ବଡଲାଇ ଦେଇଥିଲେ | ଲୋକେ ସେହି ନମ୍ବରରେ ଫୋନ କଲେ ଲୋକଙ୍କ ବ୍ୟକ୍ତିଗତ ଡିଟେଲ ନେଇ ଆକାଉଣ୍ଟରୁ ଟଙ୍କା ଉଠେଇ ନେଇଥିଲେ | ଏଭଳି ଵିଶ୍ଵାସଘାତର ଶିକାର ବହୁତ ଲୋକେ ହୋଇଛନ୍ତି | 

{"id":65413,"width":587,"height":366}

ସୂଚନାଯୋଗ୍ୟ ଯେ, ଗୁଗୁଲ ଏବଂ ଗୁଗୁଲ ମ୍ୟାପରେ ନମ୍ବର ବଦଳାଇବାର ବିକଳ୍ପ ରହିଥାଏ | ଯେକୌଣସି ବ୍ୟକ୍ତି ଏଠାରେ ଯାଇ ନମ୍ବର ବଦଳାଇପାରିବେ | ସେଥିପାଇଁ ଆଖି ବନ୍ଦ କରି ସବୁ ଜିନିଷ ଉପରେ ବିଶ୍ୱାସ କରିବା ମୂର୍ଖାମୀ | ଏଭଳି ଭୁଲ କଦାପି କରିବା ଉଚିତ ନୁହେଁ |

ସେଥିପାଇଁ ଯେତେବେଳେ ବି କୌଣସି କଷ୍ଟମର କେୟାର କିମ୍ବା ଆଉ କୌଣସି ଜାଗର ନମ୍ବର ଦରକାର ପଡେ ତାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ନମ୍ବର ଖୋଜିବା ଉଚିତ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.