ବୀପଦରେ ଥିଲା ପ୍ରସୂତି ମହିଳାଙ୍କ ଜୀବନ : ୧୦୮ ଆମ୍ବୁଲାନ୍ସ କର୍ମଚାରୀ କରାଇଲେ ପ୍ରସବ
27/06/2019 at 6:14 PM

ଗୁନା ୨୭/୬ : ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହିଳାଙ୍କ ପ୍ରସବ କରାଇଛନ୍ତି । ଘଟଣା ମଧ୍ୟପ୍ରଦେଶ ଓରାନ ଅଞ୍ଚଳର ଏକ ଗାଁରେ ଘଟିଛି । ଆମ୍ବୁଲାନ୍ସ କର୍ମଚାରୀ ଗର୍ଭବତୀ ମହିଳାଙ୍କ ପ୍ରସବ ସୁରକ୍ଷିତ ଭାବେ କରାଇଛନ୍ତି । ମହିଳା ଜାଅଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଉଭୟ ଶିଶୁ ସୁସ୍ଥ ଅଛନ୍ତି ।
ଆମ୍ବୁଲାନ୍ସର ପୁରୁଷ କର୍ମୀ ମହିଳାଙ୍କ ପରିବାରଲୋକଙ୍କ ସହମତିରେ ପ୍ରସବ କରାଇଥିଲେ । ଉଭୟ ମା ଏବଂ ଶିଶୁଙ୍କ ଜୀବନ ପ୍ରତି ବିପଦ ଥିଲା । ସେଥିପାଇଁ ତୁରନ୍ତ ନିଷ୍ପତ୍ତି ନିଆଯାଇଥିଲା । ୧୦୮ ଆମ୍ବୁଲାନ୍ସ ଜିଲ୍ଲା ପ୍ରଭାରୀ ଶିଵକାନ୍ତ ଉପାଧ୍ୟକ୍ଷ କହିଛନ୍ତି ଆମ୍ବୁଲାନ୍ସର ନିୟୋଜିତ ସମସ୍ତ ପୁରୁଷ ପ୍ରଶିକ୍ଷିତ । ବିପଦପୂର୍ଣ୍ଣ ସ୍ଥିତିରେ ଏମାନେ ନିଜେ ନିଷ୍ପତ୍ତି ଗ୍ରହଣ କରିଥାନ୍ତି । ଦୁର୍ଘଟଣାରେ ଆହତ ଲୋକଙ୍କୁ ମଧ୍ୟ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା କରିଥାନ୍ତି ।
ଆମ୍ବୁଲାନ୍ସ କର୍ମଚାରୀ ରାଜୀବ ବୁନକାର କହିଛନ୍ତି ଯେ, କକରୁଆ ଗାଁରୁ ତାଙ୍କ ପାଖକୁ ଫୋନ ଆସିଥିଲା । ପ୍ରସୂତି ମହିଳା କମଲେସ ବାଇ, ତାଙ୍କ ଘରଲୋକ ଏବଂ ଆଶା କର୍ମୀଙ୍କୁ ଆମ୍ବୁଲାନ୍ସରେ ଆଣିବାକୁ ଯାଇଥିଲେ । ୫ କି:ମି: ଦୂର ଯିବା ପରେ ମହିଳାଙ୍କ ପ୍ରସବ ପୀଡା ଆରମ୍ଭ ହୋଇଥିଲା । ମହିଳା ପ୍ରସବ ପୀଡାରେ ଛଟପଟ ହେଉଥିଲେ । ସେଠାରୁ ହସ୍ପିଟାଲ ଆହୁରି ୧୩ କି:ମି: ଦୂର ଥିଲା । ମହିଳାଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ମହିଳାଙ୍କ ଘରଲୋକ ତାଙ୍କୁ ପ୍ରସବ କରାଇବା ପାଇଁ ଅନୁମତି ଦେଇଥିଲେ । ଏହାପରେ ରାଜୀବ ସୁରକ୍ଷିତ ଭାବେ ମହିଳାଙ୍କ ପ୍ରସବ କରାଇଥିଲେ ।