Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ରେଳ ଧାରଣା ପାର ହେଉଥିଲେ ମହିଳା, ହଠାତ ଛାଡିଦେଲା ଟ୍ରେନ୍‌, ଭିତରେ ଫସିଗଲେ ମହିଳା : ଆଉ ତା ପରେ…

18/02/2021 at 8:14 PM

ରୋହତକ ୧୮/୦୨ : ରେଳ ଧାରଣା ପାର ହେବା ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ । କିନ୍ତୁ ବିପଦସଙ୍କୁଳ ଭାବେ ରେଳଧାରଣା ପାର ହେବା ଅନେକଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୁଏ । ଜୀବନ ବି ଯାଏ । ସେହିଭଳି ଏକ ଘଟଣା ଘଟିଛି ହରିୟାଣାର ରୋହତକରେ । ଜଣେ ମହିଳା ରେଳ ଧାରଣା ମଧ୍ୟରେ ଫସିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ତାଙ୍କ ଉପର ଦେଇ ଟ୍ରେନ୍‌ ଯାଉଥିବା ବେଳେ ସୌଭାଗ୍ୟବଶତଃ ମହିଳାଜଣକ ରେଳ ଧାରଣା ମଧ୍ୟରେ ଶୋଇ ରହିଥିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଏକ ମାଲବାହୀ ଟ୍ରେନ୍‌ ଯିବା ପାଇଁ ସିଗନାଲକୁ ଅପେକ୍ଷା କରିଥିଲା । ଜଣେ ମହିଳା ରେଳ ଧାରଣା ପାର ହୋଇ ଆରପଟକୁ ଯିବାକୁ ବାହାରିଥିଲେ । ଏତିକି ବେଳେ ହଠାତ୍‌ ଟ୍ରେନ୍‌ ଚାଲିବାକୁ ଆରମ୍ଭ କରିଥିଲା ଏବଂ ମହିଳାଜଣକ ଆରପଟକୁ ଯାଇପାରିନଥିଲେ । ଉକ୍ତ ଟ୍ରେନ୍‌ ଟ୍ରାକ୍‌ ମଧ୍ୟରେ ଫସିଯାଇଥିଲେ ।

ତେବେ ମହିଳାଜଣଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଟ୍ରେନ୍‌ ଚାଲିବା ଆରମ୍ଭ କରିବା କ୍ଷଣି ସେ ହଲଚଲ ନହୋଇ ରେଳ ଧାରଣା ମଧ୍ୟରେ ଶୋଇଯାଇଥିଲେ । ଟ୍ରେନ୍‌ଟି ଚାଲିଯିବା ପରେ ସେଠା​‌ରେ ଉପସ୍ଥିତ ଲୋକମାନେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ମହିଳାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ । ତେଣୁ ଏଭଳି ବିପଦସଙ୍କୁଳ ଭାବେ ରେଳ ଧାରଣା ପାର କରନ୍ତୁ ନାହିଁ । ଟ୍ରେନ୍‌ ଯାଇସାରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ।  

   Related Posts