ଟ୍ରେନ ଦୁର୍ଘଟଣାରେ ମହିଳାଙ୍କ ଗୋଡ କଟି ମହିଳା ଗୁରୁତର
25/11/2018 at 12:19 PM

ସୋରୋ ୨୫/୧୧ : ଟ୍ରେନ ଦୁର୍ଘଟଣାରେ ମହିଳାଙ୍କ ଗୋଡ କଟିଲା । ବାଲେଶ୍ବର ଜିଲ୍ଲା ଜଳେଶ୍ବର ରାଜଘାଟ ରେଳ ଷ୍ଟେସନ ନିକଟରୁ ଆଜି ସକାଳେ ଦୁଇ ପ୍ରେମି ଯୁଗଳଙ୍କୁ ଜିଆରପି ପୋଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲେଶ୍ବର ମେଡିକାଲକୁ ପଠାଇଛି । ଜଳେଶ୍ବର ଥାନା ରାୟଚନ୍ଦ୍ରପୁର ଗ୍ରାମର କୀର୍ତ୍ତିରଞନ ସାହୁଙ୍କ ପତ୍ନୀ ପାଖ ଗାଁର ଜଣେ ଯୁବକଙ୍କ ସହ ଗତ ଗୁରୁବାରଠାରୁ କେଉଁଆଡେ ଚାଲି ଯାଇଥିଲେ । ପତ୍ନୀ ନିଖୋଜ ଥିବା ନେଇ ଜଳେଶ୍ବର ଥାନାରେ ଅଭିଯୋଗ କରିଥିଲେ ସ୍ବାମୀ । ତେବେ ଆଜି ପତ୍ନୀ ଏବଂ ତାଙ୍କ ସହ ଆଉ ଜଣେ ଯୁବକ ଆହତ ଅବସ୍ଥାରେ ଉଦ୍ଧାର ହେବା ପରେ ଏ ନେଇ ବିଭିନ୍ନ ଆଲୋଚନା ହେଉଛି ।