ଦୁଇ ସନ୍ତାନଙ୍କୁ ଛାଡି ପ୍ରେମିକ ହାତ ଧରିଲେ ମହିଳା

Published By : Prameya-News7 Bureau | December 07, 2018 IST

ବୌଦ୍ଧ ୦୭|୧୨: ବୌଦ୍ଧ ଥାନା ହରଭଙ୍ଗା ବ୍ଲକ୍ ଅଞ୍ଚଳରେ ଜଣେ ମହିଳା ନିଜର ଦୁଇ ସନ୍ତାନଙ୍କୁ ଛାଡି ପ୍ରେମିକ ହାତ ଧରି ଚାଲିଯାଇଛନ୍ତି । ଏଭଳି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ମହିଳା ଜଣକ ଆଠ ବର୍ଷ ତଳେ ସୁନୀଲ ବାରିକଙ୍କୁ ବିବାହ କରିଥିଲେ । ଉଭୟଙ୍କର ୭ବର୍ଷର ଝିଅ ଏବଂ ୨ବର୍ଷର ପୁଅ ଅଛି । ସୁନୀଲ ଏକ ସେଲୁନ କରି ଗୁଜୁରାଣ ମେଣ୍ଟାଉଥିଲେ । ମହିଳାଙ୍କର ତାଙ୍କ ପଡୋଶୀ ଅଜିତ ସେଠୀ ନାମକ ଯୁବକଙ୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା । ଦୁହେଁ ଗତ ୨୮ ତାରିଖରେ ଗାଁରୁ ପଳାଇଯାଉଥିବା ଖବର ପାଇ ସୁନୀଲର ପରିବାରଲୋକେ ତାଙ୍କୁ ଅଟକାଇଥିଲେ । ପରେ ବୌଦ୍ଧ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ପୋଲିସ ୩ଜଣଙ୍କର ପରିବାରଲୋକଙ୍କୁ ଡକାଇ ସଂପୃକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲା । ମାତ୍ର ମହିଳା ଜଣକ ତାଙ୍କ ପ୍ରେମିକଙ୍କ ସହ ରହିବାକୁ ଜିଦ୍ ଧରିବାରୁ ପୋଲିସ ଉଭୟଙ୍କୁ ଛାଡି ଦେଇଥିଲା । ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ଚାଲିଯିବା ପରେ ସୁନୀଲ ଏବେ ଦୁଇ ସନ୍ତାନଙ୍କର ଭବିଷ୍ୟତ ନେଇ ଚିନ୍ତିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.