କୋଭିଡ୍‌ରେ ମା’ଙ୍କ ମୃତ୍ୟୁ ପରେ ଚାରି କାନ୍ଧ ଯୋଗାଡ କରିପାରିଲେନି ପୁଅ : ଅନ୍ତିମ ସଂସ୍କାର କଲେ ବିଜେପି କର୍ମୀ

Published By : Prameya-News7 Bureau | July 04, 2021 IST

ଚାନ୍ଦବାଲି ୪।୭: କୋଭିଡ୍ ଆକ୍ରାନ୍ତ ହୋଇ ମା’ଙ୍କ ମୃତ୍ୟୁ ପରେ ୪ କାନ୍ଧ ଯୋଗାଡ କରିପାରିଲାନାହିଁ ପୁଅ । ବିଜେପି ଯୁବକର୍ମୀ ଦେଖାଇଲେ ମାନବିକତା । ମହିଳାଙ୍କର କଲେ ଶବ ଶତ୍କାର। 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲ ବ୍ଲକ ଚଡ଼ଦିଆ ପଞ୍ଚାୟତ ରାଜେନ୍ଦ୍ରପଲ୍ଲୀରେ ଜଣେ କୋଭିଡ୍ ଆକ୍ରାନ୍ତ ମୃତ ବୃଦ୍ଧାଙ୍କ ପାଇଁ ମିଳିଲାନି ଚାରିକାନ୍ଧ । ବନ୍ଧୁ ପରିବାର ବର୍ଗ ଓ ଗ୍ରାମବାସୀ ଭୟରେ ଶବ ନିକଟକୁ ଆସିଲେ ନାହିଁ । ବହୁତ ସମୟ ଧରି ଶବ ଘରେ ପଡ଼ିରହିବାରୁ ବୃଦ୍ଧାଙ୍କ ଏକମାତ୍ର ପୁତ୍ର ବିଜେପି ଯୁବ କର୍ମୀଙ୍କୁ କହିଥିଲେ । ବିଜେପି ଯୁବକର୍ମୀମାନେ ପିପିଇ କିଟ୍ ପିନ୍ଧି ଏକ ଟାଟା ଏସିଇ ଗାଡ଼ିରେ ଶବକୁ ଆଣି ଚାନ୍ଦବାଲି ସ୍ଥିତ ସ୍ଵର୍ଗଦ୍ବାର ଶ୍ମଶାନରେ ଶବ ଦାହ କରିଥିଲେ । ବିଜେପିର ଯୁବକର୍ମୀମାନଙ୍କ ଏହି ମହାନତା ପାଇଁ ଏବେ ସବୁବର୍ଗରୁ ପ୍ରଶଂଶା କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.