Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଭାଲେଣ୍ଟାଇନ୍ସ ଡେ’ରେ ରାହୁଲ ଗାନ୍ଧୀଙ୍କୁ kiss କଲେ ମହିଳା

14/02/2019 at 7:45 PM

ଭଲସାଡ ୧୪/୨ : ଆଜି ରାହୁଲ ଗାନ୍ଧୀ ଏକ ସଭାରେ ଯୋଗଦେବାକୁ ଗୁଜରାଟ ଯାଇଥିଲେ | ଗୁଜରାଟର ଭଲସାଡରେ ଏହି ସଭା ଆୟୋଜନ ହୋଇଥିଲା | ସଭାରେ ଜଣେ ମହିଳା କଂଗ୍ରେସ ନେତ୍ରୀ ରାହୁଲ ଗାନ୍ଧୀଙ୍କୁ ମଂଚ ଉପରେ ଚୁମ୍ବନ କରିଥିଲେ | ଆଜି ଭଳି ଭାଲେଣ୍ଟାଇନ ଦିନରେ ରାହୁଲ ଗାନ୍ଧୀଙ୍କୁ ମହିଳା କଂଗ୍ରେସ ନେତ୍ରୀ ଚୁମ୍ବନ କରିଥିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଏହି ଭିଡିଓ ମଧ୍ୟ ଜୋରସୋରରେ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି ଲୋକେ |


ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଗୁଜରାଟ ଗାନ୍ଧିନଗରରୁ ୩୬୦ କି:ମି: ଦୂର ଭଲସାଡରେ ଏକ ଉଦ୍ବୋଧନ ସଭାରେ ଯୋଗ ଦେଇଥିଲେ | ସଭା ମଂଚରେ ମହିଳାମାନଙ୍କ ଏକ ଗ୍ରୁପ ଫୁଲ ତୋଡ଼ା ନେଇ ରାହୁଲଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଯାଇଥିଲେ | ଏତିକିବେଳେ ଜଣେ ମହିଳା ରାହୁଲଙ୍କୁ ନିଜ ଆଡକୁ ଟାଣି ଆଣିଥିଲେ ଏବଂ ତାଙ୍କ ଗାଲରେ ଚୁମ୍ବନ କରିଥିଲେ | ଏହାପରେ ରାହୁଲ ଗାନ୍ଧୀ ଲାଜରେ ଲାଲ ପଡି ଯାଇଥିଲେ | ପରିସ୍ଥିତି ଏମିତି ହୋଇଥିଲା ଯେ ରାହୁଲ ମହିଳାମାନଙ୍କ ଗହଣରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ |


୨୦୧୭ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ମାଟି ଗୁଜରାଟରେ ଏହା ଥିଲା ରାହୁଲଙ୍କ ପ୍ରଥମ ଗସ୍ତ | ଗୁଜରାଟ ଗସ୍ତରେ ଯାଇ ରାହୁଲ ଗାନ୍ଧୀ ବିଜେପିକୁ କଡା ଟକ୍କର ଦେଇଛନ୍ତି | ସଭାରେ ଖୁବ ବର୍ଷିଥିଲେ ରାହୁଲ | ଅଭିଭାଷଣରେ ରାହୁଲ କହିଥିଲେ ଯେ, ପ୍ରେମରେ ଘୃଣା ଉପରେ ମଧ୍ୟ ବିଜୟ ଲାଭ କରାଯାଇପାରେ |
ସେ କହିଥିଲେ ଯେ, ସେ ପ୍ରଥମଥର ପାଇଁ ଗୁଜରାଟ ମାଟିକୁ ଆସିଛନ୍ତି ଏବଂ ସେଠାକୁ ଆସି ତାଙ୍କୁ ଅନେକ କିଛି ଶିଖିବାକୁ ମିଳିଛି |

   Related Posts