Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଫେସବୁକ୍ ପ୍ରେମ ନେଲା ମହିଳାଙ୍କ ଜୀବନ : ପ୍ରେମିକ ପାଇଁ ଛାଡ଼ିଥିଲେ ନିଜ ସ୍ବାମୀ ଏବଂ ୩ଛୁଆଙ୍କୁ

26/10/2019 at 11:19 AM

ଲକ୍ଷ୍ନୌ ୨୬/୧୦: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ବନ୍ଥରାରେ କରଓ୍ବାଚୌଥ ଦିନ ଜଣେ ମହିଳାଙ୍କ ଶବ ମିଳିଛି। ପରିଚୟ ନ ଜଣାପଡ଼ିବାପାଇଁ ମହିଳାଙ୍କ ମୁହଁକୁ ଏସିଡ଼ରେ ଜଳାଇ ଦିଆଯାଇଛି। କିନ୍ତୁ ପୋଲିସ ଶବର ପରିଚୟ ଜାଣିପାରିଛି ଏବଂ ମହିଳାଙ୍କ ପ୍ରେମିକକୁ ଜଣେ ବନ୍ଧୁଙ୍କ ସହ ଗିରଫ କରିଛି।

ବନ୍ଥରାର ରାସ୍ତା କଡ଼ରେ ମିଳିଥିବା ମହିଳାଙ୍କ ପରିଚୟ ମୁମ୍ବାଇରେ ରହୁଥିବା ମୋହସିନା ବାନୋ ବୋଲି ଜଣାପଡ଼ିଛି। ତଦନ୍ତରୁ ଜଣାପଡ଼ିଛି ଯେ ମୁମ୍ବାଇରେ ରହୁଥିବା ମୋହସିନାଙ୍କ ଫେସବୁକରେ ମହେନ୍ଦ୍ର ନାମକ ଜଣେ ଯୁବକ ସହ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ଏତେ ବଢ଼ିଯାଇଥିଲା ଯେ ୪ମାସ ତଳେ ମୋହସିନା ନିଜ ସ୍ବାମୀ ଏବଂ ୩ଛୁଆଙ୍କୁ ଛାଡ଼ି ମୁମ୍ବାଇ ଆସିଯାଇଥିଲେ।

ସେପଟେ ମହିଳାଙ୍କ ସ୍ବାମୀ ମୁମ୍ବାଇର ପବଇ ଥାନାରେ ମୋହସିନାଙ୍କ ନିଖୋଜ ମାମଲା ରୁଜୁ କରିଥିଲେ କିନ୍ତୁ ମୋହସିନା ତାଙ୍କ ଫେସବୁକ୍ ସାଙ୍ଗ ମହେନ୍ଦ୍ର ସହ ରହୁଥିଲେ। ଲକ୍ଷ୍ନୌରେ ମୋହସିନା ତାଙ୍କ ନାଁ ବଦଳାଇ ଖୁସି ଗୁପ୍ତା ରଖିଥିଲେ। ହିନ୍ଦୁ ରୀତି ଅନୁଯାୟୀ, ସେ ସିନ୍ଦୂର ଲଗାଉଥିଲେ ଏବଂ ମଙ୍ଗଳସୂତ୍ର ମଧ୍ୟ ପିନ୍ଧୁଥିଲେ। ମହେନ୍ଦ୍ର ମହିଳାଙ୍କ ପାଇଁ ବନ୍ଥରାରେ ଏକ ଘର ମଧ୍ୟ ନେଇଥିଲା, ଏଠାରେ ଦୁହେଁ ରହୁଥିଲେ। ମୋହସିନା ,ମହେନ୍ଦ୍ର ପାଇଁ କରଓ୍ବାଚୌଥ ବ୍ରତ ମଧ୍ୟ ରଖିଥିଲେ। ମହିଳା ଚାହୁଁଥିଲେ ଯେ ମହେନ୍ଦ୍ର ତାଙ୍କ ବ୍ରତ ଖୋଲୁ। କିନ୍ତୁ ସେ ଆସିନଥିଲା। ପର ଦିନ ମୋହସିନା ଆତ୍ମହତ୍ୟା କରିଦେଇଥିଲେ। ଅକ୍ଟୋବର ୧୮ତାରିଖରେ ମହେନ୍ଦ୍ର ଘରକୁ ପହଞ୍ଚିବାରୁ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲା।

ସେ ମୋହସିନା ଓରଫ ଖୁସିଙ୍କ ପରିଚୟ ନ ଜଣାପଡ଼ିବା ପାଇଁ ଏସିଡ ପକାଇ ମୁହଁକୁ ପୋଡ଼ି ଦେଇଥିଲା ଏବଂ ଶବକୁ ରାସ୍ତା କଡ଼ରେ ଫିଙ୍ଗି ଫେରାର ହୋଇଯାଇଥିଲା। ମହେନ୍ଦ୍ର କହିଥିଲା ଯେ ସେ ସପ୍ତାହରେ ଦୁଇ ଦିନ ମୋହସିନାଙ୍କ ପାଖରେ ଏବଂ ବାକି ଦିନ ନିଜ ପତ୍ନୀଙ୍କ ପାଖରେ ଅମେଠୀରେ ରହୁଥିଲା। ପୋଲିସ୍ କଏ୍ ଡିଟେଲ୍ ଆଧାରରେ ଘଟଣାର ତଦନ୍ତ କରିବାରେ ସଫଳ ହୋଇଥିଲା।

   Related Posts