ପରକୀୟା ପ୍ରେମ: ପ୍ରେମିକ ସହ ମିଶି ସ୍ତ୍ରୀ କଲା ସ୍ୱାମୀର ହତ୍ୟା, ୨ ଗିରଫ

Published By : Prameya-News7 Bureau | April 20, 2019 IST

wp:heading {"level":5}
ଗତ ୧୧ ତାରିଖ ଦିନ ଜଣେ ବ୍ୟକ୍ତିଙ୍କ ମୁହଁକୁ ଛେଚି ହତ୍ୟା କରି ଫୋପାଡି ଦିଆଯାଇଥିଲା । ଏହି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପରକୀୟା ପ୍ରେମ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ପଞ୍ଜାବର ଡେରାବସି ଅନ୍ତର୍ଗତ ଲାଲଡୁ ଅଞ୍ଚଳରେ ଏହି ବ୍ଲାଇଣ୍ଡ ମର୍ଡର ହୋଇଥିଲା। ଲାଲଡୁ ଏବଂ ମୋହାଲିର ପୋଲିସ ଅଧିକାରୀ ମିଳିତଭାବେ ଏହି ହତ୍ୟାକାଣ୍ଡର ଅନୁସଂଧାନ କରୁଥିଲେ ।
/wp:heading wp:heading {"level":5}
ମୋହାଲିର ଏସଏସପି ହରଚରନ ସିଂହ କହିଥିଲେ ଯେ, ଏହି ମାମଲାର ଅନୁସଂଧାନ ପରେ ୨ଜଣଙ୍କୁ ଗିରଫ କରାଯାଇଛି। ଏହି ହତ୍ୟାରେ ମୃତକଙ୍କ ପତ୍ନୀ ଓ ତାର ପ୍ରେମିକ ସାମିଲ ଅଛନ୍ତି। ଉଭୟ ମିଶି ଅନିଲ ଟାଙ୍କ ନାମକ ବ୍ୟକ୍ତିଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲେ। ଅଭିଯୁକ୍ତ ପତ୍ନୀ ଅବୈଧ ସମ୍ୱନ୍ଧ ରଖିବା ପାଇଁ ପ୍ରେମିକ ସହ ମିଶି ନିଜ ସ୍ୱାମୀର ହତ୍ୟା କରିଥିଲା। ମୃତକଙ୍କ ପତ୍ନୀ ପୁଷ୍ପା ଓ ତାର ପ୍ରେମିକ ଶାହନୱାଜ ମଧ୍ୟରେ ଦୀର୍ଘ ଦିନରୁ ଅବୈଧ ସମ୍ୱନ୍ଧ ଥିଲା ।
/wp:heading wp:heading {"level":5}
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମୃତ ଅନିଲ ତାଙ୍କ ପତ୍ନୀ ପୁଷ୍ପାକୁ ନିଜ ସହ ମୁମ୍ୱାଇ ଯିବା ପାଇଁ କହିଥିଲେ। କିନ୍ତୁ ପୁଷ୍ପା ତାଙ୍କ ସହ ଯିବା ପାଇଁ ମନା କରିଥିଲା। ସ୍ବାମୀ ଅନୀଲ ପତ୍ନୀ ପୁଷ୍ପାକୁ ମୁମ୍ବାଇ ନେଇଯିବାକୁ ଜିଦ ଧରିଥିଲେ । ମୁମ୍ବାଇ ଚାଲିଗଲେ ପ୍ରେମିକ ଶାହନୱାଜ ସହ ସମ୍ପର୍କ ରକ୍ଷା କରିବାରେ ଅସୁବିଧା ହେବ ବୋଲି ପୁଷ୍ପା ଓ ଶାହନୱାଜ ମଧ୍ୟରେ ଭାଳେଣି ପଡିଥିଲା । ଶେଷରେ ଅନୀଲକୁ ସବୁଦିନ ପାଇଁ ରାସ୍ତାରୁ ହଟେଇଦେବା ଲାଗି ଦୁହେଁ ଷଡଯନ୍ତ୍ର ରଚନା କରିଥିଲେ । ପ୍ରସ୍ତୁତ ହୋଇଥିଲା ସ୍ବାମୀ ମର୍ଡରର ବ୍ଲୁ ପ୍ରିଣ୍ଟ ।  ସୂଚନାଯୋଗ୍ୟ ଯେ, କାମ ପାଇଁ ଅନୀଲ ମୁମ୍ବାଇରେ ରହୁଥିବାବେଳେ ଗତ ୨ ବର୍ଷ ହେଲା ପୁଷ୍ପା ଓ ଶାହନୱାଜ ମଧ୍ୟରେ ଅବୈଧ ସମ୍ପର୍କ ଗଢି ଉଠିଥିଲା ।
/wp:heading wp:heading {"level":5}
ଯୋଜନା ମୁତାବକ ୧୧ ତାରିଖରେ ଦୁଇଜଣ ମିଶି ତୋଫାପୁର ଗାଁର ଏକ ଦରଗାହ ପାଖରେ ଅନିଲର ମୁଣ୍ଡକୁ ଇଟାରେ ଛେଚି ତାଙ୍କୁ ହତ୍ୟା କରିଥିଲେ। ପୋଲିସ କହିଛି ଯେ, ଏହି ବ୍ଲାଇଣ୍ଡ ମର୍ଡରର ମାମଲା ଅନୁସଂଧାନ କରିବା ତାଙ୍କ ପାଇଁ କୌଣସି ଚ୍ୟାଲେଞ୍ଜରୁ କମ ନଥିଲା। ଏଥିପାଇଁ ବହୁ ଦକ୍ଷ ପୋଲିସ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ସ୍କାର୍ଡ ଗଠନ କରାଯାଇଥିଲା ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.