୭ ମାସର ଗର୍ଭବତୀ ସଉତୁଣୀକୁ ଗୁଳି କରି ହତ୍ୟା କଲା ମହିଳା, ପିସ୍ତଲ ଧରି ଶବ ପାଖରେ ଛିଡା ହୋଇ ରହିଲା

Published By : Prameya-News7 Bureau | June 12, 2020 IST

ଲକ୍ଷ୍ନୌ ୧୨.୦୬: କରୋନା ମହାମାରୀ ସଙ୍କଟ ମଧ୍ୟରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ପାରିବାରିକ କଳହକୁ ନେଇ ବଡ ହତ୍ୟାକାଣ୍ଡ ଘଟିଛି। ଏକ ଆକଷ୍ମିକ ଘଟଣାକ୍ରମେ ଜଣେ ମହିଳା ସ୍ଵାମୀଙ୍କ ଦ୍ଵିତୀୟ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛି। ଏହି ଘଟଣା ଲକ୍ଷ୍ନୌର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଘଟିଛି।  ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ମାମଲାର ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ପୋଲିସ ପିସ୍ତଲ ଜବତ କରିଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ମହିଳାଙ୍କ ନାମ ଶାବାନା। ଶାବାନା ମହମ୍ମଦ ଜାକିରର ପ୍ରଥମ ପତ୍ନୀ ଥିଲା। ଜାକିର ଜଣେ ଟ୍ରାନ୍ସପୋର୍ଟର ଥିଲା କିଛି ବର୍ଷ ପରେ ଜାକିର ଆଲିଆ ନାମ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲା। ଉଲ୍ଲେଖନୀୟ ହତ୍ୟା  ବେଳେ ଆଲିଆ ସାତ ମାସର ଗର୍ଭବତୀ ଥିଲା  ବୋଲି ଜଣା ପଡିଛି।

ପରିବାର ଲୋକଙ୍କ ଅନୁଯାୟୀ ଦୁଇ ମହିଳା ପରସ୍ପରକୁ ଅତି ଘୃଣା କରିବା ସହିତ ଫୋନରେ ଗାଳିଗୁଲଜ କରିଥାନ୍ତି। ଜାକିର ଦୁଇ ପତ୍ନୀଙ୍କ ଭିତରେ ସବୁ ଦିନେ ଯୁକ୍ତିତର୍କ ହେଉଥିବା ଜାଣିଥିଲା। ବରିଷ୍ଠ ପୋଲିସ ପର୍ଯ୍ୟବେକ୍ଷକ ଅମିତ୍ ପଟ୍ଟନାୟକ କହିଛନ୍ତି, ଘଟଣା ପରଠୁ ସ୍ଵାମୀ ଜାକିର ନିଖୋଜ ଅଛି।

ସେ କହିଛନ୍ତି, ଶାବାନାଙ୍କୁ ଘଟଣାସ୍ଥଳରୁ ହିଁ ଗିରଫ କରାଯାଇଛି। ତାଙ୍କ ଠାରୁ ୯ ଏମଏମର ପିସ୍ତଲ ଜବତ କରାଯାଇଛି। ଆଲିଆଙ୍କ ଭାଣିଜି ମୁସକାନ କହିଛନ୍ତି, ସେମାନେ ଔଷଧ କିଣି ଘରକୁ ଫେରୁଥିଲେ, ଠିକ୍ ସେତିକି  ବେଳେ ଶବାନା ଅଚାନକ ପଛପଟୁ ଆସି ଆଲିଆଙ୍କୁ ଜୋରରେ ଧକ୍କା ଦେଇଥିଲେ। ସେ ତଳେ ପଡିଯିବା ପରେ ଶାବାନା ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିରେ ଆଲିଆଙ୍କ ଶରୀର ନିସ୍ତେଜ ହୋଇ ପଡି ରହିଥିଲା।

ସୂଚନା ଅନୁଯାୟୀ ଗୁଳି କରିବା ପରେ ଶାବାନା ଘଟଣାସ୍ଥଳରୁ ଫେରାର ନହୋଇ ଶବ ପାଖରେ ପିସ୍ତଲ ଧରି ଛିଡା ହୋଇ ରହିଥିଲା। ଏହା ଘଟଣାସ୍ଥଳରେ ବଡ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.