Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

୯ ମାସର ଶିଶୁକନ୍ୟାକୁ ହତ୍ୟା କରି ମାଆର ଅତ୍ମହତ୍ୟା

31/07/2018 at 6:17 AM

୯ ମାସର ଶିଶୁକନ୍ୟାକୁ ହତ୍ୟା କରି ମାଆ ର ଅତ୍ମହତ୍ୟା। ବିବାହର ୧ ବର୍ଷ ନ ପୁରୁଣୁ ଘଟିଛି ଏଭଳି ଅଘଟଣ। ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜୟବିଲା ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ଏହି ଗ୍ରାମର ସୁନାରାମ ସିଂ ଙ୍କ ପତ୍ନୀ ଠାକୁରାଣୀ ସିଂ କିରୋସିନି ଢାଳି ନିଜର ୯ ମାସର ଶିଶୁକନ୍ୟାକୁ ହତ୍ୟା କରିବା ପରେ ନିଜ ଦେହରେ ମଧ୍ୟ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଭାବେ ଆହତ ହୋଇଥିବା ଠାକୁରାଣୀ ସିଂ ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଘରେ କୌଣସି ଅଶାନ୍ତି ନଥିବା ତଥା ତାଙ୍କର ମସ୍ତିଷ୍କ ବିକୃତି ଥିବାରୁ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି କହିଛନ୍ତି ମୃତ ଠାକୁରାଣୀଙ୍କ ସ୍ବାମୀ।
ଖବର ପାଇ ବାରିପଦା ସଦରଥାନା ପୋଲିସ ଶବ ୨ଟିକୁ ଉଦ୍ଧାର କରିବା ସହିତ ତଦନ୍ତ ଅରମ୍ଭ କରିଛି।ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରୁଥିବା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ କାରଣ ପଦାକୁ ଅସିବ ବୋଲି କହିଛନ୍ତି ବାରିପଦା ସଦରଥାନା ଅଧିକାରୀ।

   Related Posts