ଯୁବକଂକୁ ହତ୍ୟା ଅଭିଯୋଗରେ ଜଣେ ମହିଳା ସହ ତାର ପ୍ରେମିକକୁ ଗିରଫ କଲା ପୋଲିସ, ହତ୍ୟାପଛର କାରଣ ପରକୀୟା

Published By : Prameya-News7 Bureau | January 02, 2019 IST

ମୁଜାଫରନଗର ୨/୧- ପ୍ରେମ ଓ ପରକୀୟାକୁ ନେଇ ଆଉ ଏକ ହତ୍ୟାକାଣ୍ଡ ଘଟଣା । ଯୁବକଙ୍କ ହତ୍ୟାକାଣ୍ଡ ପଛରେ ଜଣେ ମହିଳା ସମେତ ମହିଲାଙ୍କ ସ୍ଵାମି  ଓ ପ୍ରେମିକ ସାମିଲଥିବା ଜଣାଯାଇଛି ।

ମୁଜାଫରନଗର ଥାନା ଏକ ମଣ୍ଡିଅଂଚଳରୁ ୨୬ ତାରିଖ ସକାଳୁ ଜଣେ ଯୁବକର ଶବ ପଡ଼ିଥିବା ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଚିହ୍ନଟ କରିଥିଲା । ସ୍ଥାନୀୟ ଅଂଚଳର ବୃଜପାଳଙ୍କ ପୁତ୍ର ଅରୁଣ ବୋଲି ପୋଲିସ ଚିହ୍ନଟ କରିଥିଲା । ସେ ଏକ ପ୍ରାଇଭେଟ କଂପାନିୀରେ କାମ କରୁଥିଲା ।

ପୋଲିସ ଏହି ଘଟଣାକୁ ଅଧିକ ଗୁରୁତ୍ଵଦେଇ ଅନୁସନ୍ଧାନ ଚଳାଇଥିଲା । ଏହି ଘଟଣାର ମୁଖ୍ୟଆସାମୀ ଲଳିତା ନାମକ ଜଣେ ମହିଳାକୁ ଅଭିଯୁକ୍ତ ବୋଲି ଚିହ୍ନଟ କରିଥିଲା ପୋଲିସ।  ତାକୁ ଥାନାକୁ ଆଣି ପଚରାଉଚରା କରିବା ପରେ ଆଉ ଦୁଇଜଣ ମଧ୍ୟ ଏହି ହତ୍ୟାକାଣ୍ଡରେ ସଂପୃକ୍ତଥିବା ଜଣାପଡ଼ିଥିଲା । ମହିଳାଙ୍କ ସ୍ଵାମୀ ନିରଂକାର  ଓ ପ୍ରେମିକ ଆଶିଷ ଏହି ହତ୍ୟାକାଣ୍ଡ ସହ ଥିଲେ ସଂପୃକ୍ତ ।

ପୋଲିସ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏହି ଘଟଣା ପ୍ରେମବ୍ୟାପାରକୁ ନେଇ ଘଟିଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.