ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

Published By : Prameya-News7 Bureau | October 30, 2019 IST

ନବରଙ୍ଗପୁର ୩୦।୧୦:  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଗୁଜୁମାପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଗୁଣିଗାରେଡି କରୁଥିବା ସନ୍ଦେହ କରି ତୁଳାବତୀ ସାନ୍ତା ନାମକ ମହିଳାଙ୍କୁ ହତ୍ୟା କରାଯାଇଛି । ଗୁଜୁମାପଦର ଗ୍ରାମର ଧନୁ ସାନ୍ତା ଏବଂ ରାଧୁ ସାନ୍ତା ବିଳମ୍ବିତ ରାତିରେ ମହିଳା ଜଣକୁ ଘରୁ ଡାକି ଆଣି ହତ୍ୟା କରିଛନ୍ତି । 

{"id":176768}

ସୂଚନାଯୋଗ୍ୟ ଯେ, ଗାଁର ତୁଳାବତୀ ତାଙ୍କ ପରିବାର ସହ ଘରେ ଶୋଇଥିବା  ବେଳେ ବିଳମ୍ବିତ ରାତିରେ ଘରୁ ଡାକି ନେଇ ହଳ ଜୁଆଡି ସାହାଯ୍ୟରେ ଅତି ଅମାନୁଷିକ ଭାବେ ହତ୍ୟା କରିଥିଲେ । ତୁଳାବତୀଙ୍କୁ ବଞ୍ଚାଇବାଙ୍କୁ ଆସି ନିଜ ବୋହୁ ଟିକମ ସାନ୍ତା ମଧ୍ୟ  ଗୁରୁତର ହୋଇଛନ୍ତି । ତୁଲାବତୀ ସାନ୍ତାଙ୍କ ପରିବାରକୁ ଦୀର୍ଘଦିନ ଧରି ଗ୍ରାମବାସୀ ଗୁଣି ଗାରେଡି ସନ୍ଦେହରେ ନିଆଁ ପାଣିରୁ ବାସନ୍ଦ କରି ଏକ ଘରିଆ କରି ରଖିଥିଲେ । କିଛିଦିନ ହେବ ଧାନୁ ସାନ୍ତା ଏବଂ ରାଧ ସାନ୍ତାଙ୍କ ପରିବାର ଲୋକଙ୍କ ଦେହ ଅସୁସ୍ଥ ରହି ଆସୁଥିଲା  ଯାହାକୁ ନେଇ ଧନୁ ସାନ୍ତାଙ୍କ ପରିବାର ତୁଳବତୀଙ୍କ ଉପରେ ସନ୍ଦେହ କରୁଥିଲେ ।  ଉକ୍ତ ଘଟଣାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତମାନେ ଫେରାର ଥିବାବେଳେ  ଏନେଇ ପରିବାର ପକ୍ଷରୁ ମୈଦଲପୁର ଥାନାରେ ଏତଲା ଦିଆଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ  କରିବା ସହ ଅଭିଯୁକ୍ତକୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.