Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଯୁବକକୁ ୨୫ଥର ଛୁରୀ ଭୁଷି ପୋଲିସକୁ ଫୋନ୍ କଲେ ମହିଳା : କହିଲେ ‘ଦୁଷ୍କର୍ମକାରୀକୁ ମାରି ଦେଲି’

17/10/2020 at 11:29 AM

ଭୋପାଳ ୧୭/୧୦: ମଧ୍ୟପ୍ରଦେଶରେ ଜଣେ ମହିଳା ନିଜ ସହ ହେଉଥିବା ଦୁଷ୍କର୍ମ ଏବଂ ବ୍ଲାକମେଲିଂ ସହି ନପାରି ଜଣେ ଯୁବକକୁ ହତ୍ୟା କରି ଦେଇଛନ୍ତି। ମହିଳା ଏହି ଯୁବକର ଅତ୍ୟାଚାରରେ ଅତିଷ୍ଠ ହୋଇ ତାକୁ ୨୫ଥର ଛୁରୀ ଭୁଷି ହତ୍ୟା କରି ଦେଇଛନ୍ତି। ଏହି ହୃଦୟବିଦାରକ ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଗୁନା ସହରରେ।

ମହିଳାଙ୍କ ଅଭିଯୋଗ ହେଉଛି ଯେ ,ହି ଯୁବକ ୨୦୦୫ମସିହାରୁ ଲଗାତାର ଭାବେ ତାଙ୍କୁ ଦୁଷ୍କର୍ମ କରୁଥିଲା। ସେହି ସମୟରେ ସେ ନାବାଳିକା ଥିଲେ। ପୋଲିସ ତଦନ୍ତରୁ ଜଣା ପଡ଼ିଥିଲା ଯେ ମୃତ ଯୁବକଙ୍କ ନାଁ ବୃଜଭୂଷଣ ଶର୍ମା। ସେ ଅଶୋକ ନଗର ଜିଲ୍ଲାର ବାସିନ୍ଦା। ମହିଳା ମଧ୍ୟ ଅଶୋକ ନଗର ଜିଲ୍ଲାର।

ମହିଳାଙ୍କ କହିବା ଅନୁସାରେ ଯେତେବେଳେ ସେ ୧୬ବର୍ଷର ଥିଲେ ବୃଜଭୂଷଣ ଶର୍ମା ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା। ଏହା ପରେ ଯୁବକ ଅନେକ ଥର ଧମକ ଦେଇ ତାଙ୍କ ସହ ଅସଦାଚରଣ କରିଥିଲା। ବୃଜଭୂଷଣଙ୍କଠୁ ମୁକ୍ତି ପାଇବା ପାଇଁ ଶେଷରେ ମହିଳା ଜଣେ ଶିକ୍ଷକଙ୍କୁ ବିବାହ କରିଥିଲେ। ବିବାହ ପରେ ମହିଳାଙ୍କ ଏକ ଝିଅ ହୋଇଥିଲା କିନ୍ତୁ ଏହା ପରେ ମଧ୍ୟ ବୃଜଭୂଷଣ ତାଙ୍କ ପିଛା ଛାଡ଼ିନଥିଲା।

 ଘଟଣା ଦିନ ରାତିରେ ମହିଳା ଘରେ ଏକୁଟିଆ ଥିବାବେଳେ ବୃଜଭୂଷଣ ତାଙ୍କ ଘରେ ପଶି ଆସିଥିଲା। ଯୁବକ ନିଶାଗ୍ରସ୍ତ ଥିଲା ଏବଂ ସେ ମହିଳାଙ୍କୁ ପୁଣି ଥରେ ଦୁଷ୍କର୍ମ କରିଥିଲା। ଏଥର ମହିଳା ଆଉ ସହି ପାରିନଥିଲେ ଏବଂ ସେ ଛୁରୀ ଭୁଷି ଯୁବକକୁ ହତ୍ୟା କରି ଦେଇଥିଲେ। ଯୁବକ ନ ମରିବା ଯାଏଁ ମହିଳା ତାକୁ ଛୁରୀ ଭୁଷି ଚାଲିଥିଲେ। ଯୁବକ ନିଶାରେ ଥିବାରୁ ତାଙ୍କୁ ବିରୋଧ କରିପାରିନଥିଲା ଏବଂ ମୃତ୍ୟୁବରଣ କରିଥିଲା।

ଯୁବକର ହତ୍ୟା ପରେ ମହିଳା ନିଜେ ପୋଲିସକୁ କଲ୍ କରିଥିଲେ ଏବଂ ନିଜ ଅପରାଧ ମାନି ଯାଇଥିଲେ। ମହିଳାଙ୍କ କଲ୍ ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ବୃଜଭୂଷଣର ମୃତଦେହ ଉଲଗ୍ନ ଅବସ୍ଥାରେ ମିଳିଥିଲା। ତା’ର ଶରୀରରୁ ଅନେକ ସ୍ଥାନରୁ ରକ୍ତ ବୋହୁଥିଲା। ପୋଲିସକୁ ସେଠାରୁ ଏକ ଧାରୁଆ ଛୁରୀ ମଧ୍ୟ ମିଳିଥିଲା। ମହିଳା ଏହି ଛୁରୀରେ ହିଁ ତାକୁ ହତ୍ୟା କରିଥିଲେ। ବର୍ତ୍ତମାନ ପୋଲିସ୍ ମହିଳାଙ୍କୁ ଗିରଫ କରି ଜେଲ୍ ପଠାଇ ଦେଇଛି।

   Related Posts