ଡାହାଣୀ ସନ୍ଦେହରେ ମହିଳାଙ୍କୁ ଗଳା କାଟି ହତ୍ୟା : ନା ମାନେ ନା

Published By : Prameya-News7 Bureau | June 19, 2018 IST

ଘଟଣା ବିଶୋଇ ଥାନା ତମ୍ବାଝରି ଗ୍ରାମର। ମୃତ ମହିଳା ତମ୍ବାଝରି ଗ୍ରାମର ଛିତା ହେମ୍ବ୍ରମ(55)। ଗତ ଶନିବାର ରାତି ଘର ବାରଣ୍ଡାରେ ଶୋଇଥିଲା ।ପୁଅ ରାତି ଅଧରେ ବାହାରକୁ ବାହାରି ଦେଖିଲା ମା ବିଛଣାରେ ନାହିଁ,ଖଟ ପାଖରେ ରକ୍ତଛିଟା ପଡିଛି।ସନ୍ଦେହରେ ଖୋଜା ଖୋଜି କରିବା ପରେ ମା କୁ ପାଇ ନ ଥିଲା।ଆଜି ସକାଳେ ଗ୍ରାମ ନିକଟସ୍ଥ ମାଟିଆଳି ପୋଖରୀ ରେ ମୃତ ଦେହ ଭାସୁଥିବା ଖବର ପାଇ ମା ର ମୃତ ଦେହ କୁ ଦେଖିଥିଲା ପୁଅ ସୁରାଇ ହେମ୍ବ୍ରମ। ପୁଲିସ ଖବର ପାଇ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା।ତଦନ୍ତରେ ଛିତା ହେମ୍ବ୍ରମ କୁ ଗଳା କାଟି ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲେ।ପରିବାର ର ଅଭିଯୋଗ ଅନୁଯାଇ ଅଭିଯୁକ୍ତ 3 ଜଣ କୁ ଅଟକ ରଖି ତଦନ୍ତ କରୁଛି।ତିନିଜଣ ଅଭିଯୁକ୍ତ ହେଲେ1.ତାମ୍ବଝରି ଗ୍ରାମ ର ରମେଶ ମୁର୍ମୁ,2.ଫୁଲେଇ ହେମ୍ବ୍ରମ,ଓ ରାମଦାସ ଟୁଡୁ।ଅଭିଯୁକ୍ତ ଙ୍କ ଘରୁ ହତ୍ୟାରେ ବ୍ୟବହୃତ ଦା ଓ କୁରାଢ଼ୀ ଜବତ କରିଛି ପୁଲିସ।ଛିତା ହେମ୍ବ୍ରମ ପରିବାରକୁ ଦୀର୍ଘଦିନ ହେଲା ଡାହାଣୀ ସନ୍ଦେହରେ ଗ୍ରାମରୁ ବାସନ୍ଦ କରିଥବା ତଦନ୍ତରୁ ଜଣା ପଡ଼ିଛି। ପୁଲିସ ମୃତ ଦେହକୁ ଡାକ୍ତରୀ ମଇନା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା କୁ ପଠାଇ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.