୩ଜଣ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ବ୍ୟକ୍ତି : ୫୦ଥର ଛୁରୀ ଭୁଷି ହତ୍ୟା କରି ଆତ୍ମହତ୍ୟା କଲେ ଗର୍ଲଫ୍ରେଣ୍ଡ
17/10/2020 at 4:04 PM

ଜଣେ ମହିଳା ନିଜ ବୟଫ୍ରେଣ୍ଡଙ୍କୁ ୫୦ଥର ଛୁରୀରେ ଆକ୍ରମଣ କରି ହତ୍ୟା କରି ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ୩ଜଣ ମହିଳାଙ୍କ ସହ ସମ୍ପର୍କ ଥିଲା। ସେ ମଧ୍ୟ ବିବାହିତ ଥିଲେ। ଘଟଣା ପରେ ହତ୍ୟା କରିଥିବା ଗର୍ଲଫ୍ରେଣ୍ଡ ମଧ୍ୟ ଆତ୍ମହତ୍ୟା କରିଥିଲେ। ତଦନ୍ତ ସମୟରେ ଏକଥାର ଖୁଲାସା ହୋଇଥିଲା।

ବ୍ୟକ୍ତିଜଣକ ବିବାହିତ ଥିଲେ। ସେ ୩ଜଣ ମହିଳାଙ୍କ ସହ ସମ୍ପର୍କରେ ଥିଲେ କିନ୍ତୁ କୌଣସି ମହିଳାଙ୍କୁ ବ୍ୟକ୍ତିଙ୍କ ଅନ୍ୟ ସମ୍ପର୍କ ବିଷୟରେ ଜଣା ନଥିଲା।
ମୃତ ବ୍ୟକ୍ତିଙ୍କ ନାଁ ଗ୍ୟାରି ଓ୍ବିଲିୟମ୍ସ। ତାଙ୍କୁ ୫୮ବର୍ଷ ହୋଇଥିଲା। ତାଙ୍କୁ ହତ୍ୟା କରିଥିବା ଗର୍ଲଫ୍ରେଣ୍ଡଙ୍କ ନାଁ ଜେସିନା ଶେରିଡନ୍ ଥିଲା ଏବଂ ତାଙ୍କୁ ୪୬ବର୍ଷ ହୋଇଥିଲା। ପରେ ଶେରିଡନ୍ ମଧ୍ୟ ଆତ୍ମହତ୍ୟା କରିଥିଲେ।

ଓ୍ବିଲିୟମ୍ସଙ୍କ ୨ଜଣ ସିକ୍ରେଟ୍ ଗର୍ଲଫ୍ରେଣ୍ଡଙ୍କ ମଧ୍ୟରେ ଜଣେ ଶେରିଡନ୍ ଥିଲେ। ଓ୍ବିଲିୟମ୍ସ ବ୍ରିଟେନର ସାଉଥ ଓ୍ବେଲ୍ସରେ ରହୁଥିଲେ। ଗତ ବର୍ଷ ଖ୍ରୀଷ୍ଟମାସର ଗୋଟିଏ ଦିନ ପୂର୍ବରୁ ସେ ପତ୍ନୀ ଏଲୈନେଙ୍କୁ କହିଥିଲେ ଯେ ସେ ବିଜନେସ୍ ଟ୍ରିପରେ ବାହାରକୁ ଯାଉଥିଲେ,କିନ୍ତୁ ଅସଲରେ ସେ ଶେରିଡନଙ୍କ ସହ ରାତି କଟାଇବାକୁ ଯାଇଥିଲେ।

ଖ୍ରୀଷ୍ଟମାସ ସମୟରେ ଗର୍ଲଫ୍ରେଣ୍ଡ ଶେରିଡନ୍ ଏବଂ ଓ୍ବିଲିୟମ୍ସଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ଏବଂ ପରେ ଉଭୟେ ଶେରିଡନଙ୍କ ଘରେ ହିଁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ପୋଷ୍ଟମର୍ଟମ ରିପୋର୍ଟରୁ ଜଣା ପଡ଼ିଥିଲା ଯେ ଓ୍ବିଲିୟମ୍ସଙ୍କ ଶରୀରରେ ୫୦ରୁ ଅଧିକ ଥର ଛୁରୀରେ ଆକ୍ରମଣ କରାଯାଇଥିଲା।
