ନିଜର ପ୍ରେମିକ ସହ ମିଶି ପୁଅକୁ ହତ୍ୟାକଲା ମାଆ, ପୁଅର ସାଙ୍ଗ ଥିଲା ମହିଳାଙ୍କ ପ୍ରେମିକ

Published By : Prameya-News7 Bureau | January 27, 2019 IST

ନୂଆଦିଲ୍ଲୀ ୨୭/୧- ନୂଆଦିଲ୍ଲୀର ଅଶୋକ ନଗରରେ ଘଟିଛି ଅଭାବନୀୟ ଘଟଣା ।  ପ୍ରେମିକ ସହ ମିଶି ନିଜ ପୁଅକୁ ହତ୍ୟା କଲା ମାଆ । ପ୍ରେମିକଥିଲା ପୁଅର ପିଲାଦିନ ସାଙ୍ଗ ତଥା ସହପାଠୀ ।

{"id":78856}

ଅଶୋକ ନଗରରେ ଘଟିଥିବା ଏହି ହତ୍ୟାକାଣ୍ଡର ଜଡ଼ିତ ମହିଳାଙ୍କୁ ପୋଲିସ ଗିରଫ କରିବା ପରେ ସବୁ ସତ ଘଟଣା ପଦାକୁ ଆସିଛି ।  

ଅଶୋକ ନଗର ଅଂଚଳରେ ମହିଳା ନିଜ ପୁଅ ସହିତ ରହୁଥିଲେ । ମହିଳାଙ୍କ ଘରକୁ ପୁଅର ସାଙ୍ଗ ଅମିତ ଯିବା ଆସିବା କରୁଥିଲା । ପୁଅ ରବିନ୍ଦ୍ର ସହିତ ଅମିତର ସଂପର୍କ ଥିଲା ଖୁବ ନିବିଡ଼ । ସେମାନେ ପିଲାଦିନରୁ ସାଙ୍ଗ ହେବା ସହ ସହପାଠୀ ମଧ୍ୟ ଥିଲେ ।

ଅମିତ ଯିବାଆସିବା କରିବା ଦ୍ଵାରା ମହିଳାଙ୍କ ସହ ଘନିଷ୍ଠତା ବଢ଼ିଥିଲା । ଫଳରେ ମହିଳା ପୁଅର ସାଙ୍ଗ ଅମିତକୁ ପ୍ରେମ କରିଥିଲେ । ମହିଳା ଅନେକ ସମୟରେ ପୁଅ ରବିନ୍ଦ୍ର ଅନୁପସ୍ଥିତିରେ ଅମିତକୁ ଫୋନ କରି ଡ଼ାକୁଥିଲେ । ମହିଳା ଅମିତ ସହ ଶାରୀରିକ ସଂପର୍କ ନିୟମିତ ରଖୁଥିଲେ ।

ଦିନେ ରବିନ୍ଦ୍ର ଏହି କଥା ଜାଣିବା ପରେ ଅମିତକୁ ବି ଘରକୁ ଯିବାକୁ ବିରୋଧ କରୁଥିଲା । କିନ୍ତୁ ଅମିତ ଲୁଚାଛପା ରବିନ୍ଦ୍ରଙ୍କ ଘରକୁ ଯାଉଥିଲା । ଘଟଣାଦିନ ରବିନ୍ଦ୍ରକୋଣସି କାମରେ ବାହାରକୁ ଯାଇଥିଲା । ଅମିତ ଓ ତା ମାଆ ଆପତ୍ତିଜନକ ଅବସ୍ଥାରେ ଥିବା ରବିନ୍ଦ୍ର ଘରକୁ ଆସି ଦେଖିଥିଲା ।

ଏହି ଘଟଣାକୁ ରବିନ୍ଦ୍ର ଖୁବ୍ ବିରୋଧ କରିଥିଲା । ଅମିତ ଓ ତା ମାଆ ମଧ୍ୟ ରବିନ୍ଦ୍ର ସହ ଏହି ବିଷୟରେ ଯୁକ୍ତିତର୍କ କରିଥିଲେ । ଶେଷରେ ତା ମାଆ ଅମିତ ସହ ମିଶି ପୁଅ ରବିନ୍ଦ୍ରକୁ ହତ୍ୟା କରିଥିଲେ ।

ପୋଲିସ ଏହି ଘଟଣାରେ ରବିନ୍ଦ୍ରର ମାଆ ଓ ଅମିତକୁ ଡ଼ାକି ଥାନାରେ ପଚାରାଉଚରା କରୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.