ପରକୀୟା ପ୍ରେମର କରୁଣ ପରିଣତି ; ସ୍ବାମୀକୁ ଛାଡ଼ିଲା, ୫ବର୍ଷ ପୁଅକୁ ବି ମାରିଲା ତଣ୍ଟିଚିପି

Published By : Prameya-News7 Bureau | January 16, 2019 IST

ନୁଆଦିଲ୍ଲୀ ୧୬/୧- ପ୍ରେମଠାରୁ ପରକୀୟା ଆହୁରି ଭୟଙ୍କର । ଜଣେ ବିବାହିତା ମହିଳା ଏହି ପରକିୟା ପ୍ରେମପାଇଁ ଛାଡ଼ିଛି ନିଜ ସ୍ଵାମୀକୁ, କରିଛି  ବି ହତ୍ୟା ନିଜ ୫ବର୍ଷର ପୁଅକୁ ।

{"id":74730}

ଏହିଘଟଣା ଘଟିଛି ନୂଆଦିଲ୍ଲୀର ବିନଓ୍ଵାସନ ଇଲାକାରେ ।  ରାନୀ ନାମକ ଜଣେ ବିବାହିତା ମହିଳା ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିଲା । ସେହି ବିଦ୍ୟାଳୟର ନରେନ୍ଦ୍ର ନାମକ ଜଣେ ଯୁବକ ସହିତ ହୋଇଯାଇଥିଲା ପ୍ରେମ । ଏହି ପ୍ରେମପାଇଁ ନରେନ୍ଦ୍ର ସହ ରହିବାକୁ ସ୍ବାମୀଙ୍କୁ ଛାଡ଼ି ରାନୀ ପଳେଇଆସିଥିଲା । ରାନୀର ସ୍ବାମୀ ସେହି ଅଂଚଳରେ ଘରୋଇ କଂପାନୀର ମ୍ୟାନେଜର ଭାବେ କାମ କରୁଥିଲା ।

ରାନୀ ତାଙ୍କ ସ୍ବାମୀଙ୍କୁ ଛାଡ଼ି ଆସିଲାବେଳେ ୫ବର୍ଷର ପୁଅ ବି ଥିଲା । ସେହି ପୁଅକୁ ନେଇ ସେମାନଙ୍କ ଭିତରେ ବିବାଦ ସବୁବେଳେ ଲାଗିରହୁଥିଲା । ରାନୀ ନିଜର ପୁଅକୁ ପାଖରେ ରଖିବାକୁ ଚାହୁଁଥିବା ବେଳେ ନରେନ୍ଦ୍ର ଚାହୁଁ ନଥିଲା । ରାନୀର ଏହି ୫ବର୍ଷର ପୁଅପାଇଁ ସବୁବେଳେ କଳି ଲାଗୁଥିଲା ।

ଘଟଣାଦିନ ପୁଅକୁ ଟ୍ୟୁସନ ନେବା ସମୟରେ ନରେନ୍ଦ୍ର ଓ ରାନୀ ମଧ୍ୟ ଏହି ଘଟଣାକୁ ନେଇ ପାଟିତୁଣ୍ଡ କରିଥିଲେ । ରାନୀ ଉତକ୍ଷିପ୍ତ ହୋଇ ପୁଅର ତଣ୍ଟି ଚିପି ମାରିଦେଇଥିବା କଥା ପୋଲିସ ଆଗରେ ପ୍ରକାଶ କରିଛନ୍ତି ।

ଉଭୟ ରାନୀ ଓ ନରେନ୍ଦ୍ରକୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.