ପ୍ରେମୀ ସହ ମିଶି ଶାଶୁକୁ ହତ୍ୟାକଲା ବୋହୂ, ଫେରାର ପ୍ରେମୀଯୁଗଳଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | March 09, 2019 IST

କାରନାଲ  ୯/୩- ନିଜର ପ୍ରେମ ଚରିଚାର୍ଥ କରିବାକୁ ବୋହୂ କରିଲା ଶାଶୁକୁ ହତ୍ୟା ।  ନିଜର ପ୍ରେମିକ ସହ ଫେରାର ହେବାକୁ  ଶାଶୁକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ଗାଁ ଲୋକ ।

ଏଭଳି ଅଭାବନୀୟ ଘଟଣା ଘଟିଛି ହରିୟାଣାର କାରନାଲରେ । ଉର୍ବଶୀ ନାମକ ଜଣେ ମହିଳା ନିଜ ଶାଶୁକୁ କରିଛି ହତ୍ୟା । ଉର୍ବଶୀ ୨ ବର୍ଷତଳେ  କାରନାଲରେ ବିବାହ କରିଥିଲେ । ସେ ମୋବାଇଲରେ ରଂନମ୍ବରରେ କଥା ହେବାପରେ ରାକେଶ ନାମକ ଜଣେ ଯୁବକଙ୍କ ସହ ହୋଇଯାଇଥିଲା ପ୍ରେମ । ଏହି ପ୍ରେମକୁ ସେମାନେ ସତ କରିବାକୁ ଚାହୁଁଥିଲେ ବି ଶାଶୁ ଏହାକୁ ବିରୋଧ କରୁଥିଲେ । ଉର୍ବଶୀଙ୍କ ସ୍ଵାମୀ ବାହାରେ ରହୁଥିବା କାରଣରୁ ଶାଶୁ-ବୋହୂ ଘରେ ରହୁଥିଲେ । ଉର୍ବଶୀ ଲୁଚାଛପା ରାକେଶକୁ ଦେଖା କରିବାକୁ ଯାଉଥିଲେ । ବେଳେବେଳେ ରାକେଶ ଧରମଭାଇ ବୋଲି ପରିଚୟ ଦେଇ ଉର୍ବଶୀକୁ ଦେଖାକରିବାକୁ ଆସୁଥିଲା ।

ଏହି ଘଟଣାରେ ଗାଁରେ ଲୋକ କୁହାକୁହି ହେବାପରେ ଶାଶୁ ଜାଣି ଏହି କଥାକୁ ବିରୋଧ କରିଥିଲେ । ଫଳରେ ଶାଶୁ-ବୋହୂ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା ।

ରାକେଶ-ଉର୍ବଶୀ ଦିନେ ଶାଶୁକୁ ମାରିଦେବାକୁ ଯୋଜନା ପ୍ରସ୍ତୁତ କଲେ । ଘରେ କେହି ନଥବା ବେଳେ ରାକେଶ ଦେଖାକରିବାକୁ ଉର୍ବଶୀକୁ ଆସିଥିଲା । ଏହି ସମୟରେ ଶାଶୁ ଘରକୁ ଫେରି ଏର୍ବଶୀକୁ ଅଂସଯତ ଅବସ୍ତାରେ ରାକେଶ ସହ ଦେଖିବାକୁ ପାଇଥିଲେ । ଏହି ଘଟଣା କାହାକୁ କହିଦେବା ଭୟରେ ରାକେଶ ଓ ଉର୍ବଶୀ ମିଶି ଶାଶୁକୁ ମାରିଦେଇଥିଲେ ।

ପରେ ପ୍ରମାଣ ନଷ୍ଟ କରିବାକୁ ଶାଶୁକୁ ନେଇ ରାତିରେ ନଈପଠାରେ ପୋତିଦେଇଥିଲେ ।

ଏହି ଘଟଣାର କିଛିଦିନ ପରେ ଗାଁଲୋକ ଉର୍ବଶୀ ଉପରେ ସନ୍ଦେହ କଲେ । ଏହିକଥା ପୋଲିସକୁ କହିବା ପରେ ପୋଲିସ ଏହି ଘଟଣାର ତଦନ୍ତ ଚଳାଇ ସବୁ ସତକଥା ପଦାକୁ ଆଣିଥିଲା ।

ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ରାକେଶ ଓ ଉର୍ବଶୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.