Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଅନୈତିକ ସମ୍ପର୍କ : ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

12/04/2020 at 6:50 PM

ଯମୁଇ ୧୨/୦୪ : ବିହାର ଯମୁଇ ଥାନା ଅନ୍ତର୍ଗତ ଅମ୍ବା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ହତ୍ୟାକାଣ୍ଡର ଘଟିଛି | ଶୁକ୍ରବାର ପୋଲିସ ହତ୍ୟାକାଣ୍ଡର ପର୍ଦାଫାଶ କରିଛି | ହତ୍ୟାକାଣ୍ଡରେ ପୋଲିସ ଜଣେ ମହିଳା ଓ ଜଣେ ଯୁବକକୁ ଗିରଫ କରିଛି |

ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ଏବଂ ମୋବାଇଲ ଫୋନକୁ ପୋଲିସ ଜବତ କରିଛି | ହତ୍ୟାକାଣ୍ଡ ଯାଞ୍ଚ ପାଇଁ ଏସଡିପିଓ ରାମପୁକାର ସିଂହଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି | ଏସଡିପିଓ ସୂଚନା ଦେଇଛନ୍ତି ଯେ, ମୃତ ସନ୍ତୋଷ ସାହା ହତ୍ୟାକାଣ୍ଡରେ ମେନୁଆଲ ଓ ଟେକ୍ନିକାଲ ଯାଞ୍ଚ ପରେ ପତ୍ନୀ ସଞ୍ଜୁ ହତ୍ୟାରେ ସାମିଲ ଥିବା ସନ୍ଦେହ ହୋଇଥିଲା | ପ୍ରମାଣ ମିଳିବା ପରେ ସଞ୍ଜୁକୁ ଗିରଫ କରାଯାଇଛି | ତାଙ୍କ ସାହା ତାଙ୍କ ପ୍ରେମିକ ମୁକେଶ ପଣ୍ଡିତକୁ ମଧ୍ୟ ଗିରଫ କରାଯାଇଛି |

ଏସଡିପିଓ କହିଛନ୍ତି ଯେ, ମୁକେଶ ପଣ୍ଡିତ ହତ୍ୟାକାଣ୍ଡରେ ସାମିଲ ଥିବା ସ୍ୱୀକାର କରିଛି | ମୃତକଙ୍କ ପତ୍ନୀ ସଞ୍ଜୁର ମୋବାଇଲରେ ଏକ ନିଶା ଔଷଧର ଫଟୋ ଥିବା ପୋଲିସ କହିଛନ୍ତି | ସଞ୍ଜୁ ସନ୍ତୋଷଙ୍କୁ ଖାଇବାରେ ନିଶା ଔଷଧ ମିଶାଇ ଖାଇବାକୁ ଦେଇଥିଲା | ଯେଉଁଥିପାଇଁ ସନ୍ତୋଷର ହୋସ ନଥିଲା | ହତ୍ୟାକାଣ୍ଡର ଘଣ୍ଟେ ପୂର୍ବରୁ ସଞ୍ଜୁ ମୁକେଶ ପଣ୍ଡିତ ସାହା ଫୋନରେ କଥାବାର୍ତ୍ତା କରିଥିଲା | ସଞ୍ଜୁର ମୋବାଇଲ ଫୋନ ଜବତ ହେବାପରେ ସେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିଲା | ୭ ଦିନ ଭିତରେ ମାମଲା କୋର୍ଟକୁ ଫରୱାର୍ଡ଼ କରି ଦୋଷୀକୁ ଦଣ୍ଡ ଦିଆଯିବ ବୋଲି ପୋଲିସ ସୂଚନା ଦେଇଛନ୍ତି |

ଯମୁଇ ଅନ୍ତର୍ଗତ ଅମ୍ବା ଅଞ୍ଚଳରେ ଗୁରୁବାର ରାତିରେ ଜଣେ ଯୁବକକୁ ଗଳା କାଟି ହତ୍ୟା କରାଯାଇଥିଲା | ଯୁବକ ଜଣକ ହେଲେ ୩୦ ବର୍ଷ ବୟସ୍କ ସନ୍ତୋଷ ସାହା | ମୃତକ ଯମୁଇ ଥାନା ଅନ୍ତର୍ଗତ ଉଝାଂଡି ଗାଁର | ସେ ନିଜ ଶ୍ୱଶୁର ଘର ଅମ୍ବାରେ ରହୁଥିଲେ | ପରିବାର ଲୋକଙ୍କ କହିବାନୁଯାୟୀ ଗୁରୁବାର ରାତି ପର୍ଯ୍ୟ ଗୋଟାଏ ବେଳେ ସନ୍ତୋଷ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ ଉପରୁ ତଳକୁ ଓହ୍ଲାଉଥିଲେ | ତାଙ୍କୁ ଦେଖି ପରିବାର ଲୋକେ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ | କିନ୍ତୁ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା | ସନ୍ତୋଷ ଝାରଖଣ୍ଡର ଧାନବାଦରେ ଅଟୋ ଚଲାଉଥିଲେ | ୧୫ ଦିନ ପୂର୍ବରୁ ଲକଡାଉନ ଯୋଗୁଁ ସେ ଗାଁକୁ ଫେରିଥିଲେ |

   Related Posts