ପ୍ରେମିକ ସହ ରହିବାକୁ ସ୍ତ୍ରୀ କଲା ଏମିତି କାମ..

Published By : Prameya-News7 Bureau | April 03, 2019 IST

ରଜଓ୍ଵାର ୩/୪- ସ୍ଵାମୀକୁ ହତ୍ୟା କରିବାର ଯୋଜନା ପ୍ରେମିକ କଲା ସଫଳ । ବିବାହ କରିଥିଲେ ସିନା ହେଲେ ଏହି ସଂପର୍କ ବେଶିଦିନ ପାଇଁ ରହିଲା ନାହିଁ । ପରକିୟା ପ୍ରୀତି ଏତେ ଭୟାନକ ହେଲା ସେଷରେ ସ୍ବାମୀକୁ ମାରିବାକୁ ପଡ଼ିଲା ସ୍ତ୍ରୀକୁ ।

ସିଆଲଜୋରୀରେ ଏହିଭଳି ଅଭାବନୀୟ ଘଟଣାରେ ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିବା ପରେ ଘଟଣାର ଖୋଲିଥିଲା ଫର୍ଦ୍ଦ । 

ଦୁର୍ଯ୍ୟୋଧନର ମୃତଦେହ ଏକ କେନାଲ ନିକଟରେ କେହି ହତ୍ୟାକରି ପକାଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକ । ସକାଳେ ଘରୁ ଖାଇପିଇ ବାହାରିଥିଲେ ନିଜର ଚାକିରିକୁ ଯିବା ପାଇଁ ଦୁର୍ଯୋଧନ । ବାଟରେ କେହି ହତ୍ୟାକରି ଫିଙ୍ଗିଦେଇଥିବା ଜାଣି ସାନଭାଇ ଘଟଣା ସ୍ଥଳରେ ପହଂଚିଥିଲେ ।

ଭାଉଜ ରେଶମା ସହ ପ୍ରହ୍ଲାଦ ଠାକୁରଙ୍କ ପ୍ରେମସଂପର୍କ ଥିବାକଥା ଆଗରୁ ମଧ୍ୟ ପରିବାର ଲୋକ ଜାଣିଥିଲେ । ଏହି ଘଟଣାରେ ପ୍ରହ୍ଲାଦ ସଂପୃକ୍ତଥିବା କଥା ଥାନାରେ ଅଣାଯାଇଥିଲା ଅଭିଯୋଗ ।

ପ୍ରହ୍ଲାଦକୁ ଧରିବା ପରେ ପୋଲିସ ମାନିଥିଲା ସବୁ ସତକଥା । ସେ ଦୁର୍ଯ୍ୟୋଧନକୁ ରାସ୍ତାରେ ଜଣେ ବନ୍ଧୁଙ୍କ ସହାୟତାରେ ହତ୍ୟା କରିଥିବା କଥା ପୋଲିସ ଆଗରେ ମାନିଥିଲା । ଏହି ଘଟଣାରେ ପ୍ରହ୍ଲାଦକୁ ପୋଲିସ ଗିରଫ କରିବା ସହ ରେଶମାକୁ ମଧ୍ୟ ଗିରଫ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.