Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଅନ୍ୟଜଣେ ଯୁବକ ସହ ଶାରୀରିକ ସଂପର୍କ ରଖିବାକୁ ସ୍ଵାମୀକୁ ହତ୍ୟାକଲେ ମହିଳା, ଏହି ଘଟଣାରେ ମୁଖ୍ୟ ଆସାମୀ ଥିଲା ମହିଳାଙ୍କ ପୁରୁଷ ବନ୍ଧୁ

4/02/2019 at 6:27 PM

ହରିଦ୍ଵାର ୪/୨ –ପରକୀୟା ପ୍ରେମ କେବଳ ସ୍ଵାମୀ ନୁହେଁ ପରିବାରକୁ ବି ଛାରଖାର କରିଦିଏ । ଯଦି ନିଜର ଅଭିଳାଷ ପୂରଣ ନ  ହେଲା, ତା ହେଲେ କେହି ବି ଅପରାଧ କରିବାକୁ ପଛାଇ ନଥାନ୍ତି ।

ସେହିଭଳି ଘଟଣା ଘଟିଛି ହରିଦ୍ଵାର ସିଡ଼କୁଲ ଥାନା ଅଂଚଳରେ । ରୀନା ନାମକ ଜଣେ ବିବାହିତା ମହିଳା ପ୍ରେମିକ ସହ ଶାରୀରିକ ସଂପର୍କ ରଖି ନପାରିବାରୁ ସ୍ଵାମୀଙ୍କୁ କରିଛି ହତ୍ୟା । ଏହି ହତ୍ୟାକାଣ୍ଡ ରୀନାର ଇସାରାରେ ହୋଇଥିବା କଥା ପୋଲିସ କହିଛି ।

ଦେବେନ୍ଦ୍ର(୪୦)କୁ ନିଜ ପୁରୁଷବନ୍ଧୁ ସାହାର୍ଯ୍ୟରେ ହତ୍ୟା କରିବା ପରେ ସେମାନେ ଏକ କେନାଲରେ ଫିଙ୍ଗି ଦେଇଥିଲେ । ଏହି ହତ୍ୟାକାଣ୍ଡରେ ରୀନାର ପୁରୁଷବନ୍ଧୁ ମଂଜିତ ଓ ତାର ଜଣେ ସାଙ୍ଗ ରବି ଥିବା କଥା ପୋଲିସ ଆଗରେ ସ୍ଵୀକାର କରିଛି ରୀନା ।

ସେମାନେ ମହେନ୍ଦ୍ରକୁ ତଣ୍ଟି ଚିପି ମାରିଦେଇଥିବା କହିଛନ୍ତି ଅଭିଯୁକ୍ତ । ରୀନା ଓ ସ୍ଵାମୀ ଦେବେନ୍ଦ୍ର ମଧ୍ୟରେ କିଛିଦିନ ହେଲା ଝଗଡ଼ା ଲାଗୁଥିଲା । ମଂଜିତ ରୀନା ସହ ଶାରୀରିକ ସଂପର୍କ ଲୁଚିଛପି ରଖୁଥିଲା । ଏହି ଶାରୀରିକ ସଂପର୍କ ରଖିବାରେ ମହେନ୍ଦ୍ର ଥିଲା   ବଡ଼ ପ୍ରତିବନ୍ଧକ । ସେଥିପାଇଁ ସେମାନେ ରାସ୍ତାରୁ ହଟାଇଦେବା ପାଇଁ କରିଥିଲେ ଯୋଜନା ।

ଘଟଣାଦିନ ମହେନ୍ଦ୍ର ଘରକୁ ଫେରିବା ପରେ ରୀନା ମଂଜିତକୁ ଡ଼ାକିଥିଲା । ମଂଜିତ ସହିତ ରବି କୁମାର ବୋଲି ତାଙ୍କର ଜଣେ ବନ୍ଧୁ ବି ଥିଲେ । ମଂଜିତ ଓ ରବି ସହିତ ମିଶି ରୀନା ମହେନ୍ଦ୍ରକୁ ହତ୍ୟା କରିଥିବା କଥା ପୋଲିସ ଜେରା କଲାବେଳେ ମାନିଛନ୍ତି ଅଭିଯୁକ୍ତ ।

ମହେନ୍ଦ୍ରକୁ ହତ୍ୟା କଲା ପରେ ରୀନା ମଂଜିତକୁ ଧରି ହୋଇଯାଇଥିଲା ଫେରାର । ମଂଜିତ ଓ ରୀନା ଏହି ହତ୍ୟାକାଣ୍ଡ ପରେ ବାଇକରେ ବିଭିନ୍ନ ସ୍ଥାନକୁ ଯାଇ ସୁରକ୍ଷିତ ସ୍ଥାନ ଖୋଜିଥିବା କଥା କହିଛନ୍ତି । ତିନିଦିନ ପରେ ମହେନ୍ଦ୍ରର ଶବ କେନାଲରୁ ଉଦ୍ଧାର କଲାପରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ଏହି ଘଟଣାରେ ସିଧା ରୀନା ଉପରକୁ  ନଜର ଆଣିଥିଲା ପୋଲିସ । ସେମାନଙ୍କ ମୋବାଇଲ ଟ୍ରାକ୍ କରି ରୀନା ଓ ମଂଜିତକୁ ଧରିବାକୁ ସମର୍ଥ ହୋଇଥିଲା ପୋଲିସ । ଏହି ଘଟଣାରେ ରବି ଫେରାର ଥିବା କଥା ଜଣାଯାଇଛି ।

   Related Posts