ଭିଡ଼ିଓ କଲିଂରେ ପ୍ରେମିକକୁ ଦେଖାଇଲା ସ୍ଵାମୀର ହତ୍ୟା ଦୃଶ୍ୟ, ନିଜେ ସ୍ତ୍ରୀ ଥିଲା ଏହି ହତ୍ୟାର ମୁଖ୍ୟ ହତ୍ୟାକାରିଣୀ

Published By : Prameya-News7 Bureau | January 16, 2019 IST

ପାଟଣା ୧୬/୧- ବିହାର ପାଟଣାରେ ଘଟିଛି ସିନେମା କାହାଣୀ ପରି ଅଭାବନୀୟ ଘଟଣା । ଜଣେ ମହିଳା ନିଜ ସ୍ବାମୀର ହତ୍ୟା ଦୃଶ୍ୟ ପ୍ରେମିକକୁ ଭିଡ଼ିଓ କଲିଂରେ ଦେଖାଇବା ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମିକର ଇଚ୍ଚା ପୂରଣ କରିବାକୁ ମହିଳା କରିଛନ୍ତି ଏପରି କାମ ।

ଘଟଣା ଘଟିଛି ପାଟଣାର ସାଲିମପୁର ଅଂଚଳରେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମହିଳା ପ୍ରେମିକଙ୍କ ଇଚ୍ଚା ପୂରଣ କରିଛନ୍ତି । ପ୍ରେମିକଙ୍କ ଇଚ୍ଚାଥିଲା ମହିଳା ସ୍ଵାମୀଙ୍କ ମୃତ୍ୟୁର ଶେଷ ଚିତ୍କାର ଶୁଣିବାକୁ । ଏହି ଅଭିଳାଷ ପୂରଣ କରିବାକୁ ମହିଳା ନିଜ ହାତରେ କରିଛନ୍ତି ସ୍ଵାମୀକୁ ହତ୍ୟା ।

ଅଭିଯୁକ୍ତ ମହିଳାଙ୍କ ନାଁ ହୀରା ଓ ତାଙ୍କର ପ୍ରେମିକ ଦୀପକ ଥିଲା । ବେଗୁସରାୟ ଟିଆର ଅଂଚଳରେ ରହୁଥିବା ରଂଜିତଙ୍କ ସ୍ତ୍ରୀ ହୀରା ।  ହିରା ଓ ରଂଜିତଙ୍କ ଦୁଇଟି ପୁଅ ଥିଲା । କିଛିଦିନ ତଳେ ହୀରା ଦୀପକଙ୍କ ପ୍ରେମରେ ପଡ଼ିଥିଲା । ଦୀପକ ସବୁବେଳେ ହୀରାସହ ମୋବାଇଲରେ ଘଣ୍ଟାଘଣ୍ଟା ଧରି ଗପୁଥିଲା । ଭିଡ଼ିଓ କଲିଂରେ ସେମାନେ କଥାବାର୍ତ୍ତା ହେବାକୁ ନେଇ ହୀରାଙ୍କ ସ୍ଵାମୀ ବିରୋଧ କରୁଥିଲେ । ଦୀପକ କିମ୍ବା ହୀରା ତାଙ୍କ ସ୍ଵାମୀଙ୍କ କଥାକୁ ମାନୁ ନଥିଲା ।ଦୀପକ ତାଙ୍କ ଘରକୁ ଜୋରଜବରଦସ୍ତ ଆସୁଥିଲା ଓ ହୀରା ମଧ୍ୟ ସ୍ଵାମୀଙ୍କ କଥାକୁ ବିରୋଧ କରି ଦୀପକ ସହ ଖୋଲାଖୋଲା ମିଶୁଥିଲା । ଏପରିକି ଦୀପକ ସହ ଶାରୀରିକ ସଂପର୍କ ରଖିବା କଥାକୁ ସ୍ବାମୀଙ୍କ ଆଗରେ  ବି ମାନୁଥିଲେ । ସ୍ଵାମୀଙ୍କ ସହ ଦୀପକର ମଧ୍ୟ ହୀରାକୁ ନେଇ ଝଗଡ଼ା ହେଉଥିଲା । ସେହି କାରଣରୁ ଦୀପକ ସ୍ଵାମୀଙ୍କୁ ହତ୍ୟା ପାଇଁ ପ୍ରବର୍ତ୍ତାଉଥିଲା । ତାଙ୍କ ସ୍ଵାମୀର ଶେଷ ଚିତ୍କାର ଶୁଣିବାକୁ ମଧ୍ୟ ତାଙ୍କର ଇଚ୍ଚାଥିଲା ।

ହୀରା ଓ ଦୀପକର ପ୍ଲାନିଂ ଅନୁସାରେ ରଂଜିତକୁ ହତ୍ୟା କରାଯାଇଥିଲା । ରଂଜିତ ଖାଇ ଶୋଇଗଲା ପରେ ହୀରା ଏହି ହତ୍ୟାକାଣ୍ଡ ଘଟାଇଥିଲା । ଦୀପକକୁ ୯୦ ମିନିଟକାଳ ଭିଡ଼ିଓକଲ ରେ ରଖି କରିଥିଲା ହତ୍ୟା । ହୀରା ଧାରୁଆ ଅସ୍ତ୍ରରେ ବାରମ୍ବାର ହାଣି କରିଥିଲା ହତ୍ୟା । ସ୍ବାମୀର ଶେଷ ଚିତ୍କାର ଶୁଣିବାକୁ ଦୀପକ ଅପେକ୍ଷା କରିଥିଲା ଯେମିତି । ଦୀପକ କହୁଥିବା ଅନୁସାରେ ହୀରା ସ୍ବାମୀଙ୍କୁ ହାଣି ଚାଲିଥିଲା ।

ଏହି ଘଟଣା ପଛରେ ଥିଲା ହୀରା-ଦୀପକ ସାଙ୍ଗରେ ରହିବାକୁ ଏଭଳି କାଣ୍ଡ କରିଥିବା କତା ପୋଲିସ ଆଗରେ ପ୍ରକାଶ କରିଛନ୍ତି ମହିଳା । ଦୀପକ ସବୁବେଳେ ହୀରାକୁ ଦାମୀ ମୋବାଇଲ, ଗହଣା, ଦାମୀ ଶାଢ଼ି ଉପହାର ଦେଉଥିଲା । ନୂଆବର୍ଷ ଦିନ ଦୀପକ ଆସିବାକୁ ନେଇ ହୀରାଙ୍କ ସ୍ଵାମୀ ରଂଜିତ ବିରୋଧ କରିଥିଲା । ଏହି ପାଟିତୁଣ୍ଡରେ ଦୀପକ ଜୀବନରୁ ମାରିଦେବାକୁ ରଂଜିତକୁ ଧମକ ଦେଇଥିବା କଥା ରଂଜିତଙ୍କ ପୁଅ ଦୁଇଜଣ ପୋଲିସ ଆଗରେ ପ୍ରକାଶ କରିଛନ୍ତି ।

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.