Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ଥାନାରେ ଏତଲା

15/05/2019 at 3:15 PM

ବଲାଙ୍ଗିର ୧୫|୫: ସମାଜରେ ବଢିଯାଉଛି ଯୌତୁକ ନିର୍ଯ୍ୟାତନା ଘଟଣା। ବର୍ତ୍ତମାନର ସଭ୍ୟ ସମାଜରେ ମଧ୍ୟ ଯୌତୁକ ପାଇଁ କରାଯାଉଛି ବଧୂକୁ ହତ୍ୟା । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁ ରେ । ଗତ ୨୦୧୫ ମସିହାରେ ସଦର ଥାନା ଅନ୍ତର୍ଗତ ଅନ୍ତପାଲି ଗାଁର ରାମପତି ସୁନା ତାଙ୍କ ଝିଅ  କାନ୍ତି କୁମ୍ଭାରକୁ ରତାଖଣ୍ଡିଗାଁରେ ହିମାଂଶୁ କୁମ୍ଭାରଙ୍କ ସହିତ ବିବାହ କରାଇଥିଲେ ।

ତେବେ ବିବାହର କିଛି ମାସ ପରେ ଜ୍ବାଇଁ ଓ ଶ୍ବଶୂର ଘର ଲୋକ ନବବଧୂକୁ ଯୌତୁକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ବିଭିନ୍ନ ପ୍ରକାର ନିର୍ଯାତନା ଦେଇଆସୁଥିଲେ। ଏନେଇ କାନ୍ତିଙ୍କ ପରିବାରଲୋକ ଜାଣିବା ପରେ ଝିଅକୁ ନିଜ ଘରକୁ ନେଇଆସିଥିଲେ। ହେଲେ ପରବର୍ତ୍ତିୀ ସମୟରେ ସଦର ଥାନାରେ ଝିଅଙ୍କ ବାପାଙ୍କ ନାଁରେ ଜ୍ବାଇଁ ହିମାଂଶୁ ଏତଲା ଦେଇଥିଲେ। ଏନେଇ ପଞ୍ଚାୟତରେ ମଧ୍ୟ ସମାଧାନ ହୋଇଥିବାବେଳେ ଗତ କିଛି ଦିନ ହେଲା ପୁଣି ଆରମ୍ଭ କରିଥିଲେ ନିର୍ଯାତନା ।

ତେବେ ଗତକାଲି ଦିନ ୩ଟା ସମୟରେ ଝିଅ ଘର ଲୋକଙ୍କୁ ଖବର ଦେଇଥିଲେ ତାର ଦେହ ଅସୁସ୍ଥ ଥିବା କଥା । ହେଲେ ଏନେଇ ପରିବାର ଲୋକ ଝିଅର ଶ୍ବଶୁର ଘରକୁ ଯାଇଥିଲେ। ହେଲେ ଝିଅ ଗୁରୁତର ଅଛି ଓ ବଲାଙ୍ଗୀର ଡାକ୍ତରଖାନାକୁ ନିଆଯାଇଥିବା କହିଥିଲେ ପଡୋଶୀ । ପରେ ଡାକ୍ତରଖାନାକୁ ଯିବା ପରେ ଦେଖିଥିଲେ ଝିଅକୁ ହେଲେ ସେ ସମୟରେ ଝିଅର ମୁହଁରୁ ଫେଣ ବାହାରୁଥିବା ସହ ମୃତ୍ୟୁ ହୋଇସାରିଥିବା ଜାଣିଥିଲେ। ଏନେଇ ଶ୍ବଶୁରଘରଲୋକ ଝିଅକୁ ବିଷ ଦେଇ ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ସଦର ଥାନାରେ ଝିଅ ପରିବାର ପକ୍ଷରୁ ଏତଲା ଦେବା ପରେ ଉକ୍ତ ଜ୍ବାଇଁକୁ ଅଟକ ରଖିବା ସହ ଝିଅ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

   Related Posts