Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଶିଳପୁଆରେ ଛେଚି ମହିଳାଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

30/07/2018 at 6:45 AM

ଭଣ୍ଡାରିପୋଖରୀ ୩୦/୭: ଭଦ୍ରକ ଜିଲ୍ଲା ଧାମନଗର ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ଶିଳପୁଆରେ ଛେଚି ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଧାମନଗର ଥାନା ଦହିପୁର ତାଳସିଖା ଗାଁରେ ।ମୃତ ମହିଳା ସେହି ଗାଁର ଭକ୍ତିଲତା ବେହୁରିଆ ବୋଲି ଜଣାପଡିଛି । ଘଟଣାରେ ନିଜ ମା କୁ ବଞ୍ଚାଇବାକୁ ଆସି ଆକ୍ରମଣର ଶିକାର ହୋଇଛି ଝିଅ ।ତେବେ ମାକୁ ହତ୍ୟା କରି ଝିଅର ହାତ ଗୋଡ ବାନ୍ଧି ଫେରାର ହୋଇଯାଇଛି ଆକ୍ରମଣକାରୀ ଯୁବକ । ମହିଳାଙ୍କ ସ୍ବାମୀଙ୍କ ଫୋନରେ ଫୋନ କରି ଘରକୁ ଆସିଥିଲା ଏହି ଆକ୍ରମମକାରୀ ଯୁବକ । ଅପରପକ୍ଷରେ ଏହି ଘଟଣା ପରଠୁ ମୃତ ଭକ୍ତିଲତାଙ୍କ ସ୍ବାମୀଙ୍କ ପତ୍ତା ମିଳୁନାହିଁ ।ଅଭିଯୁକ୍ତ ସେହି ଗାଁର ଗୋପିନାଥ ମହାନ୍ତି ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଚଳାଇଛି । ହତ୍ୟାକାଣ୍ଡ ପଛର କାରଣ ଏଯାଏଁ ଜଣାପଡି ନାହିଁ ।

   Related Posts