Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଅଧିକ ଯୌତୁକ ଦାବିରେ ବଧୂ ହତ୍ୟା ଅଭିଯୋଗ

16/08/2019 at 8:57 AM

ନୀଳଗିରି ୧୬|୮: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅସ୍ତିଆ ପାଟଣା ଗାଁରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବିଷ ପିଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକ କହୁଥିବା ବେଳେ ବାପ ଘରଲୋକ ବଧୂହତ୍ୟା ଅଭିଯୋଗ କରିଛନ୍ତି। ମୃତକ ହେଲେ ପ୍ରମିଳା ମହାଳିକ । ପ୍ରମିଳା ହଠାତ୍ ଅସୁସ୍ଥ ହୋଇ ଟଳିପଡିଥିଲେ । ତାଙ୍କୁ ନୀଳଗିରି ହସ୍ପିଟାଲ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଦେଢ଼ବର୍ଷର ଏକ ଶିଶୁ କନ୍ୟା ଅଛି । ପ୍ରମିଳାଙ୍କ ମୃତ୍ୟୁ ପରେ ତାଙ୍କ ବାପ ଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।

୨୦୧୭ ଜୁଲାଇରେ ସେ ମନୋରଞ୍ଜନ ମହାଳିକଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଆବଶ୍ୟକ ମୁତାବକ ସବୁ ଯାନି ଯୌତୁକ ଦେଇଥିଲେ ପ୍ରମିଳାଙ୍କ ପରିବାର । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡା ଲାଗି ରହୁଥିଲା । ଶାଶୁ, ସ୍ୱାମୀ, ଦିଅର, ଯାଆ ବାରମ୍ବାର ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ତେବେ ଝିଅର ଏଭଳି ଅକସ୍ମାତ ମୃତ୍ୟୁ ହୋଇଥିବାରୁ ଯୌତୁକ ନିର୍ଯାତନା ଦେଇ ଶାଶୂ ଘର ଲୋକେ ତାଙ୍କୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ପ୍ରମିଳାଙ୍କ ପରିବାର  ।

   Related Posts