ପୁଅ ହେଲାନି ବୋଲି ସ୍ତ୍ରୀକୁ ମାରିଦେଲା ସ୍ୱାମୀ : ନା ମାନେ ନା

Published By : Prameya-News7 Bureau | July 31, 2018 IST

ପୁଅ ଜନ୍ମ ଦେଇ ନ ପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଦେଢ ମାସ ପରେ ନଦୀ ପଠାରୁ କଙ୍କାଳ ଜବତ ହୋଇଛି । ସ୍ୱାମୀ ସହ ୬ ଅଭିଯୁକ୍ତ କେସିଙ୍ଗା ପୋଲିସ ଦ୍ୱାରା ଅଟକ ଅଛନ୍ତି । ଘଟଣାଟି କେସିଙ୍ଗା ଥାନା ଦେଓଗାଁର | ପୁଅ ଜନ୍ମ ଦେଇ ନ ପାରିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଦେଢ ମାସ ପରେ ନଦୀ ପଠା ରୁ କଙ୍କାଳ ଜବତ କରିଛି ପୋଲିସ । ସ୍ବାମୀ ସହ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ । ମୃତକ ସୁକେଶୀ ଲୁହାରଙ୍କ ୧୫ ବର୍ଷର ଝିଅ ଥିଲେ ହେଁ ସ୍ୱାମୀ ଉସ୍ତ୍ବ ଲୁହାର ଦ୍ବତୀୟ ବିବାହ କରିଥିଲେ । ପୁଅ ନ ଥିବାରୁ ପୁର୍ବରୁ ପାରିବାରିକ କଳହ ଜାରୀ ରହିଥିଲା । ଗତ ଜୁନ ୧୪ ତାରିଖ ଉସ୍ତ୍ବ ଲୁହାର ଦ୍ବତୀୟ ବିବାହ କରିଥିଲେ । ସେହି ଦିନ ଠାରୁ ସୁକେଶୀ ଘର ଛାଡି ପଳାଇଥିବା ସ୍ୱାମୀ ସମସ୍ତଙ୍କୁ କହି ଆସୁଥିଲା । ଏ ନେଇ ସୁକେଶୀ ପରିବାର ନିଖୋଜ ଏତଲା ପରେ କେସିଙ୍ଗା ପୋଲିସ ତଦନ୍ତ ଆରମ୍ଭ କରି ଦେଇଥିଲା | ତଦନ୍ତର ମାସେ ପରେ ଘଟଣାର ପର୍ଦାଫାଶ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.