ୟୁପିରେ ଚାଞ୍ଚଲ୍ୟ: ବିଜେପିକୁ ଭୋଟଦେବାରୁ ପତ୍ନୀଙ୍କୁ ଫାଉଡାରେ ହାଣି ହତ୍ୟା କଲା ସ୍ବାମୀ

Published By : Prameya-News7 Bureau | May 21, 2019 IST

ଗାଜିପୁର ୨୧।୫: ଉତ୍ତରପ୍ରଦେଶ ଗାଜିପୁରରେ ବିଜେପିକୁ ଭୋଟ ଦେବା ଯୋଗୁ ଜଣେ ମହିଳାଙ୍କୁ ଜୀବନ ହରାଇବାକୁ ପଡିଛି । ମହିଳାଙ୍କ ସ୍ବାମୀ ବସପା ସମର୍ଥ ହୋଇଥିବାରୁ ପତ୍ନୀଙ୍କୁ ମାୟାବତୀଙ୍କ ଦଳକୁ ଭୋଟ ଦେବାକୁ କହିଥିଲେ। ତେବେ ଗତ ୧୯ ତାରିଖ ଶେଷ ପର୍ଯ୍ୟାୟ ମତଦାନରେ ମହିଳା ସ୍ବାମୀଙ୍କ ତାଗିଦକୁ ଖାତିର ନକରି ବିଜେପିକୁ ଭୋଟ ଦେଇଥିଲେ। ଏ କଥା ସ୍ବାମୀ ଜାଣିବା ପରେ ରବିବାର ସେମାନଙ୍କ ପରିବାରରେ କଳହ ହୋଇଥିଲା। ତେବେ ବିବାଦର ସମାଧାନ ବି ହୋଇଯାଇଥିଲା। ହେଲେ ସୋମବାର ଅର୍ଥାତ ୨୦ ତାରିଖ ସକାଳେ ପୁଣି ସେହି କଥାକୁନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରୁ ଉତ୍ୟକ୍ତ ସ୍ବାମୀ ନିକଟରେ ପଡିଥିବା ଫାଉଡା ଉଠାଇ ସ୍ତ୍ରୀକୁ ଆକ୍ରମଣ କରିଥିଲା। ଫଳରେ ସେହିଠାରେହିଁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ମହିଳାଙ୍କ  ବାପଘର ଲୋକେ ଥାନାରେ ଏତଲା ଦେଇଥିବା ବେଳେ ଦୀର୍ଘ ଦିନରୁ ଯୌତୁକ ପାଇଁ ଶଶୁରଘର ଲୋକେ ତାଙ୍କୁ ନିର୍ଜାତନା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି।

{"id":114394,"width":575,"height":322}

ଗାଜିପୁର ତରବନିଆ ଗାଁରେ ଘଟିଥିବା ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୋଲିସ ହତ୍ୟାକାରୀ ସ୍ବାମୀକୁ ଗିରଫକରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଫାଉଡାକୁ ମଧ୍ୟ ଜବତ କରିଛି । ମୃତ ମହିଳାଙ୍କୁ ପୋଲିସ ନିଲମ ବୋଲି ଚିହ୍ନଟ କରିଥିବା ବେଳେ ଅଭିଯୁକ୍ତ ସ୍ବାମୀ ରାମବଚନ ବୋଲି ଜଣାପଡିଛି । ଭୋଟକୁ ନେଇ ପାରିବାରି ଅଶାନ୍ତି ଯୋଗୁ ରାମବଚନ ସ୍ତ୍ରୀକୁହତ୍ୟା କରିଥିବା ସ୍ବୀକାର କରିଛି । ସ୍ତ୍ରୀକୁ ଫାଉଡାରେ  ହାଣିଦେବା ପରେ ରାମବଚନ ସେହି ଠାରେ ହିଁ ଥିଲା। କ୍ରମଶଃ ଲୋକଙ୍କ ଭିଡ ଜମିବା ପରେ ସେ ସେଠାରୁଚାଲିଯାଇଥିଲେ ହେଁ ଘରେ ଥିଲା ବୋଲି କହିଛି ପୋଲିସ।

{"id":114395}

ରାମ ବଚନ ୧୯ ଜୁନ ୨୦୧୪ ମସିହାରେ ଖାନପୁରଥାନା ସିଂଗାର ପୁର ଗାଁର  ନିଲମଙ୍କୁ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ୩ ବର୍ଷର ଝିଅ ଓ ଗୋଟିଏ ଦେଢବର୍ଷର ପୁଅଟିଏ ବି ଅଛି। ତେବେ  ଭୋଟକୁ ନେଇ ପାରିବାରିକ କଳହର ଏହା ପ୍ରଥମ ଘଟଣା ବୋଲି କହିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.