ସାର୍କ ହମଲାରେ ମହିଳାଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର ଆହତ : ସମୁଦ୍ରତଟକୁ ନ ଯିବାକୁ ମାଛ ଧରାଳିଙ୍କୁ ପରାମର୍ଶ

Published By : Prameya-News7 Bureau | July 31, 2020 IST

ୱାସିଂଟନ ୩୧/୦୭ : ଆମେରିକା ମେନ ପ୍ରାନ୍ତ ସମୁଦ୍ରତଟରେ ସାର୍କ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି | ଆଉ ଜଣେ ମହିଳା ଗମ୍ଭୀର ଆହତ ହୋଇଛନ୍ତି | ଅଧିକାରୀଙ୍କ କହିବାନୁଯାୟୀ ସମୁଦ୍ରରେ ପହଁରୁଥିବା ଦୁଇ ମହିଳାଙ୍କୁ ଏକ ସାର୍କ ହଠାତ ହମଲା କରିଥିଲା | ହମଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି | ମେନ ସମୁଦ୍ରରେ ସାର୍କ ହମଲାରେ କୌଣସି ନାଗରିକଙ୍କ ମୃତ୍ୟୁ ହୋଇଥିବା ଏହା ପ୍ରଥମ ମାମଲା |

{"id":308231,"sizeSlug":"large"}

ଅଧିକାରୀଙ୍କ କହିବାନୁଯାୟୀ, ସାର୍କ ହମଲାରେ ପ୍ରାଣ ହରାଇଥିବା ମହିଳା ଜଣକ ନ୍ୟୁୟର୍କରେ ରହୁଥିଲେ | ମହିଳାଙ୍କ ବୟସ ୬୩ ବର୍ଷ ଥିଲା | ଜୁଲିୟୋ ଡିମ୍ପେରୋ ହୋଲୋୱାଚ୍ ନାମକ ମହିଳା ସାର୍କ ଆକ୍ରମଣରେ ଆହତ ହୋଇଛନ୍ତି | ଘଟଣା ଷୋମବାର ଦିନ ଘଟିଥିଲା | ଘଟଣା ପରେ ସମୁଦ୍ରରେ ପାଟ୍ରୋଲିଂ କରୁଥିବା ଦଳ ମାଛ ଧରାଳିଙ୍କୁ ସମୁଦ୍ରତଟ ନିକଟରେ ସାବଧାନ ରହିବାକୁ ଅପିଲ କରିଥିଲେ | ଆଉ କିଛି ଜାଗାରେ ନ ପହଁରିବାକୁ ଲୋକଙ୍କୁ ମନା କରାଯାଇଥିଲା |

{"id":308232,"sizeSlug":"large"}

ଧଳା ସାର୍କର ପତା କରୁଥିବା ସଂସ୍ଥା ଓସାର୍କ କହିଛି ଯେ ଡାଟା ସଂଗ୍ରହ କରିବା କାମ ଦ୍ରୁତ ଗତିରେ କରିବାକୁ ନିଷ୍ପତ୍ତି ନିଆଯାଇଛି | ଯେପରିକି ଲୋକଙ୍କୁ ସୁରକ୍ଷିତ ରହିବା ସମ୍ପର୍କରେ କୁହାଯାଇପାରିବ | ସମୁଦ୍ରର ଉତ୍ତର-ପୂର୍ବ ତଟରେ ସାର୍କର ଆବାସ ଓ ଗତିବିଧି ସମ୍ପର୍କରେ ଅଧିକ ସୂଚନା ହାସିଲ କରିବାକୁ ଆବଶ୍ୟକ ବୋଲି କହିଛି | ଏହା ପୂର୍ବରୁ ମଧ୍ୟ ଓସାର୍କ ମେନ ପ୍ରାନ୍ତରେ ଧଳା ସାର୍କର ପତା କରିସାରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.