Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

୫ ଝିଅଙ୍କୁ ଧରି ଟ୍ରେନ ଆଗକୁ ଡେଇଁପଡିଲା ମା’, କେଇ ମୁହୂର୍ତ୍ତରେ ସବୁକିଛି ଶେଷ…

10/05/2021 at 9:52 PM

ଦୋସା ୧୦/୦୫ : ରାଗ ହିଁ ଅନର୍ଥର କାରଣ । ରାଗ ହିଁ ବ୍ରହ୍ମ ଚଣ୍ଡାଳ । ରୋଷର ବଶବର୍ତ୍ତୀ ହୋଇ ମଣିଷ ନିଜ ଉପରୁ ବେଳେ ବେଳେ ନିୟନ୍ତ୍ରଣ ହରାଇ ବସେ । ଆଉ ଏହାର ଫଳାଫଳ ବି ଅନେକ ସମୟରେ ଭୟଙ୍କର ହୋଇଥାଏ । ସେହିଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ରାଜସ୍ଥାନର ଦୋସା ଅଞ୍ଚଳରେ । ଜଣେ ମହିଳା ନିଜର ୫ ଜଣ ନାବାଳିକା ଝିଅଙ୍କୁ ଧରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିବାକୁ ପ୍ରାୟସ କରିଥିଲେ । ତେବେ ଘଟଣାସ୍ଥଳରେ ୩ ଝିଅ ଏବଂ ମା’ ର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟବଶତଃ ୨ ନାବାଳିକା ଝିଅ ନିଶ୍ଚିତ‌ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ମା’ ର ହାତ ମଥାରେ ରହିଲେ ସବୁକ୍ଷେତ୍ରରେ ସଫଳତା ମିଳେ ବୋଲି ଲୋକକଥା ରହିଛି କିନ୍ତୁ ଏ କ୍ଷେତ୍ରରେ ତାହାର ଓଲଟା ଦେଖିବାକୁ ମିଳିଛି । ମା’ ର ହାତ ଛାଡିଦେବାରୁ ବଞ୍ଚିଯାଇଛି ୨ ନୀରିହ ଶିଶୁଙ୍କ ଜୀବନ ।

ସୂଚନା ଅନୁସାରେ, ଦୋସାର ମଣ୍ଡାବର ଥାନା ବାଓ୍ବଡିଖେଣ୍ଡା ଅଞ୍ଚଳରେ ଘଟିଛି ଘଟଣା । ଏହି ସାମୂହିକ ଆତ୍ମହତ୍ୟା କରିବା ପଛରେ ଘରୋଇ କଳହ ରହିଥିବା ସୂଚନା ମିଳିଛି । ମୃତକ ମହିଳାଙ୍କ ନାଁ ବିନୀତା ବୟସ ୩୪ ବର୍ଷ । ଆଶ୍ଚର୍ଯ୍ୟର କଥା ହେଉଛି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ମହିଳାଜଣକ ରେଳବିଭାଗରେ ଗେଟ୍‌ମ୍ୟାନ୍‌ ଭାବେ କାର୍ଯ୍ୟକରନ୍ତି ।

କେହି କିଛି ବୁଝିବା ଆଗରୁ ୫ ଶିଶୁଙ୍କୁ ଧରି ଟ୍ରେନ ଲାଇନ୍‌ କଡରେ ପହଞ୍ଚିଯାଇଥିଲେ ବୀନିତା । ଆଗ୍ରାରୁ ବାନ୍ଦୀକୁଇ ଯାଉଥିବା ଟ୍ରେନ୍‌ ଆସୁଥିବା ଦେଖି ସାମ୍ନାକୁ ଡେଇଁପଡିଥିଲେ । ମାତ୍ର କେଇ ସେକେଣ୍ଡରେ ଚାଲିଗଲା ୪ ଚାରିଟି ଜୀବନ ଏବଂ ସୌଭାଗ୍ୟବଶତଃ ରକ୍ଷାପାଇଗଲେ ୨ ଜଣ ନିଷ୍ପାପ ଶିଶୁ । ପିଲାମାନଙ୍କ କାନ୍ଦ ଶୁଣି ନିକଟରେ ଯାଉଥିବା ଲୋକମାନେ ସେଠାରେ ପହଞ୍ଚି ରେଲଓ୍ବେ ପୋଲିସକୁ ଖବର ଦେଇଥିଲେ । ରେଲଓ୍ବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଛି । ଅନ୍ୟପଟେ ରକ୍ଷାପାଇଯାଇଥିବା ୨ ଶିଶୁ ଭୟଭୀତ ହୋଇଯାଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

   Related Posts