ଜୀବନ ହାରିବାକୁ ନଦୀକୁ ଡେଇଁପଡ଼ିଲେ ମହିଳା, ବ୍ରିଜ୍ରେ ଲାଗିଗଲା ଶାଢ଼ୀ, ତା’ପରେ…
20/01/2021 at 4:31 PM

ଥାନେ ୨୦/୦୧: ଆତ୍ମହତ୍ୟା କରିବାକୁ ବ୍ରିଜ୍ ଉପରୁ ତଳକୁ ଡେଇଁପଡ଼ିଲେ ମହିଳା। ନଦୀର ଜଳସ୍ତରଠୁ ବ୍ରିଜ୍ର ଉଚ୍ଚତା ଅଧିକ ଥିଲା। ମହିଳା ତଳକୁ ଡେଇଁପଡ଼ିଲେ ସତ କିନ୍ତୁ ସେ ପିନ୍ଧିଥିବା ଶାଢ଼ୀ ବ୍ରିଜ୍ରେ ଲାଗିଯାଇଥିଲା। ଆତ୍ମହତ୍ୟା କରିବାକୁ ଯାଇଥିବା ମହିଳା ନା ପାଣିରେ ବୁଡ଼ିପାରିଥିଲେ ନା ବ୍ରିଜ୍ ଉପରକୁ ପୁନଃ ଫେରିଆସିବାକୁ ସକ୍ଷମ ହୋଇଥଲେ। ତେବେ ତାପରେ କଣ ହେଲା ତାହା ଅତ୍ୟନ୍ତ ମଜାଦାର।
ଏହି ଘଟଣା ମହାରାଷ୍ଟ୍ରର ଥାନେରେ ଘଟିଛି। ସେଠାରେ ଥିବା ରାଇତା ବ୍ରିଜ୍ ଉପରୁ ଜଣେ ମହିଳା ନଦୀକୁ ଡେଇଁପଡ଼ିଥିଲେ। ଘରୋଇ କଳିକୁ କେନ୍ଦ୍ର କରି ମହିଳା ଆତ୍ମହତ୍ୟା କରିବାକୁ ମନସ୍ଥ କରିଥିଲେ। ବ୍ରିଜ୍ରୁ ଡେଇଁବା ପରେ ମହିଳା ଜଣଙ୍କ ପାଣିରେ ବୁଡ଼ି ପ୍ରାଣ ହରାଇଥାନ୍ତେ। ବ୍ରିଜ୍ରେ ଲମ୍ଫ ମାରିଦେଲେ ମହିଳା କିନ୍ତୁ ନଦୀରେ ବୁଡ଼ିଲେ ନାହିଁ। କାରଣ ତାଙ୍କ ଶାଢ଼ୀ ବ୍ରିଜରେ ଲାଖି ଯାଇଥିଲା। ସେ ଝୁଲି ରହିଥିବା ବେଳେ ଶାଢ଼ୀକୁ ଟାଣିବାକୁ ଚେଷ୍ଟା କରିଥିଲେ।
ଠିକ୍ ଏହି ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଜଣେ ମହିଳା ପାଣିରେ ବୁଡ଼ିଯିବାକୁ ଚେଷ୍ଟା କରୁଥିବା ଦେଖିଥିଲା ପୋଲିସ। ସାଙ୍ଗେସାଙ୍ଗେ ପାଣିକୁ ଡେଇଁ ବୁଡ଼ିବାକୁ ଚେଷ୍ଟା କରୁଥିବା ମହିଳାଙ୍କୁ ତାଙ୍କ ଶାଢ଼ୀ ମାଧ୍ୟମରେ କୂଳକୁ ଅଣାଯାଇଥିଲା। ରାଇତା ବ୍ରିଜ୍ ଦେଇ ଯିବା ବେଳେ ସମ୍ପୃକ୍ତ ମହିଳାଙ୍କୁ ଦେଖିବାକୁ ପାଇଥିଲେ ବୋଲି ଟିଟାବାଲ ଥାନାର ଜଣେ ପୋଲିସ ଅଧିକାରୀ କହିଛନ୍ତି।