Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆଲିଗଡ଼ରେ ଆଶ୍ଚର୍ଯ୍ୟ…ସୁଇସାଇଡ୍ ନୋଟ୍ ଲେଖି ଟ୍ରେନ୍ ଆଗକୁ ଡେଇଁଲେ , ତାପରେ…

30/12/2019 at 4:44 PM

ଆଲିଗଡ଼୩୦/୧୨: ଭାଙ୍ଗିଗଲା ପରିବାର ,ଅଭାବରେ ବଞ୍ଚିବା ହେଲା କଷ୍ଟ । ଜୀବନ ପ୍ରତି  ବିତୃଷ୍ଣା ଯୋଗୁଁ ଚରମ ନିଷ୍ପଚ୍ଚି ନେଲେ ସେ । କିନ୍ତୁ  ବିଧିର ବିଧାନ ତ ଭିନ୍ନ । ସୁଇସାଇଡ୍ ନୋଟ୍‌ ଲେଖି ଆତ୍ମହତ୍ୟା କରିବା ଲାଗି ଯାଇଥିବା ମହିଳା ଅଳ୍ପକେ ବର୍ତ୍ତିଗଲେ। ତେଣୁ କଥାରେ ଅଛି ‘ରଖେ ହରି ତ ମାରେ କିଏ’? ଆତ୍ମହତ୍ୟା କରିବାକୁ ଯାଇଥିବା ମହିଳାଙ୍କୁ ଜିଆରପି ଏବଂ ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପାରିବାରିକ ଚିନ୍ତାରୁ ମହିଳା ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଆଲିଗଡ଼ରେ ଏଭଳି ଅଭାବନୀୟ ଘଟଣା ଆଲୋଡନ ସୃଷ୍ଟି କରିଛି ।

ଜିଆରପି ଇନସ୍‌ପେକ୍ଟର ୟଶପାଲ ସିଂହଙ୍କ କହିବା ଅନୁସାରେ ଶନିବାର ରାତି ପ୍ରାୟ ୮ଟାରେ ଆମ୍ରପାଲି ଏକ୍ସପ୍ରେସ (୧୫୭୦୮) ପ୍ଳାଟଫର୍ମ​‌ରେ ପହଞ୍ଚିବା ସମୟରେ ଜଣେ ମହିଳା ଟ୍ରେନ ଆଗକୁ ଡ଼େଇଁ ପଡିଥିଲେ। ଟ୍ରେନ ଯାତ୍ରୀ ଓ ସ୍ଥାନୀୟ ଲୋକେ ବଞ୍ଚାଅ, ବଞ୍ଚାଅ ଚିତ୍କାର କରିଥିଲେ। ​‌ସ୍ଥାନୀୟ ଲୋକ ଓ ଟ୍ରେନରେ ଯାତ୍ରୀଙ୍କ ହୋହାଲ୍ଲା ଦେଖି ଟ୍ରେନଟି ଅଟକି ଯାଇଥିଲା।

ଟ୍ରେନ ଡବାରେ ପିଟି ହୋଇଥିଲେ  । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମହିଳା ମୃତ୍ୟୁ ମୁହଁରୁ ବର୍ତ୍ତିବା ପରେ ତାଙ୍କ ପାଖରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା। ପାରିବାରିକ ସମସ୍ୟା କାରଣରୁ ମହିଳା ଆତ୍ମହତ୍ୟା କରିବାକୁ  ଚାହୁଁଥିଲେ। କିଛି ମାସ ତଳେ ମହିଳା ଜଣକ ଆଲିଗଡ ଅଞ୍ଚଳରେ ବିବାହ କରିଥିଲେ। ବିବାହର କିଛି ମାସ ପରେ ମନୋମାଳିନ୍ୟରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଛାଡ଼ପତ୍ର ଦେଇ ପରସ୍ପରଠୁ  ଅଲଗା ହୋଇଥିଲେ ।

 ତେଣୁ ବିବାହ ବିଚ୍ଛେଦ ପ​‌ରେ ମହିଳା ଗାଜିଆବାଦ ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହୁଥିଲେ। ସେ ଏକ ଘରୋଇ ହସ୍ପିଟାଲରେ କାମ କରି ମହିଳା ଗୁଜୁରାଣ ମେଣ୍ଟାଉଥିଲେ। ହଠାତ୍‌ ଚାକିରି ଚାଲିଯିବାରୁ ମହିଳା ଘର ଭଡ଼ା ଦେଇ ପାରି ନ ଥିଲେ ଏବଂ ଚଳିବା ତାଙ୍କ ପକ୍ଷେ ବହୁତ କଷ୍ଟକର ହୋଇପଡ଼ିଥିଲା। ତେଣୁ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପାଖରୁ ମିଳିଥିବା ସୁଇସାଇଡ୍  ନୋଟ୍‌ରେ ଏସବୁ ଉଲ୍ଲେଖ ରହିଛି।

   Related Posts