Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

କାଠଯୋଡି ପରେ ବ୍ରହ୍ମପୁର ଷ୍ଟେଶନରେ ପାରିବାରିକ କଳହ କାରଣରୁ ଦୁଇ ଝିଅଙ୍କୁ ସାଙ୍ଗରେ ଧରି ଟ୍ରେନ ଆଗକୁ ଡେଇଁଲେ ମହିଳା…

11/10/2019 at 8:11 PM

ବ୍ରହ୍ମପୁର୧୧|୧୦; ପାରିବାରିକ କଳହର  କରୁଣ ପରିଣତି ।ସ୍ବାମୀ ସ୍ତ୍ରୀ ଝଗଡ଼ାରୁ ଦୁଇ ଝିଅକୁ ଧରି ଟ୍ରେନ ଆଗକୁ ଡେଇଁ ପଡ଼ିଲା ସ୍ତ୍ରୀ । ଏଥିରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଝିଅ ଗୁରୁତର ଆହତ ହୋଇଛନ୍ତି ।ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ନିକଟ ମଚ୍ଛାକୋଟ୍‌ ଗାଁରେ ।ଅନ୍ୟପକ୍ଷରେ ପାରିବାରିକ କଳହରୁ ୨ ଦିନ ତଳେ କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିବା ଦେବବ୍ରତଙ୍କର ଏ ଯାଏଁ ପତ୍ତା ମିଳିନାହିଁ ।…

ପାରିବାରିକ କଳହର  କରୁଣ ପରିଣତି ।ସ୍ବାମୀ ସ୍ତ୍ରୀ ଝଗଡ଼ା ଯୋଗୁଁ ଆତ୍ମହତ୍ୟା ଉଦ୍ୟମ ।ଚାଲିଗଲା ପତ୍ନୀଙ୍କର ଜୀବନ ।ଗୁରୁତର ଅବସ୍ଥାରେ ଦୁଇ ଝିଅ ଡାକ୍ତରଖାନାରେ ଭର୍ତ୍ତି ।ସ୍ବାମୀ ସ୍ତ୍ରୀ ଝଗଡ଼ାରୁ ସ୍ତ୍ରୀ ରମା ଭଞ୍ଜ ଦୁଇ ଝିଅଙ୍କୁ ଧରି ବ୍ରହ୍ମପୁର ଷ୍ଟେସନ ନିକଟରେ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ ।

ଏଥିରେ ରମା ଭଞ୍ଜଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଦୁଇ ଝିଅ ଗୁରୁତର ଆହତ ହୋଇଛନ୍ତି ।ପ୍ରଥମ ଶ୍ରେଣୀରେ ପଢୁଥିବା ଝିଅ ରିୟା ହାତରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।ଷଷ୍ଠ ଶ୍ରେଣୀରେ ପଢୁଥିବା ବଡ଼ ଝିଅ ପ୍ରିୟାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।…

ସ୍ବାମୀ ସ୍ତ୍ରୀ ଝଗଡ଼ା ବେଳେ ବେଳେ କିଭଳି ଭୟାନକ ରୂପ ଧାରଣ କରୁଛି ତାର ଉଦାହରଣ ହେଉଛି ଏହି ଘଟଣା ।କଳିଗୋଳରୁ ରମାଙ୍କୁ ମାଡ଼ ମାରିଥିଲେ ସ୍ବାମୀ ଉତ୍ସବ ଭଞ୍ଜ ।ଆଉ ସେ ରାଗିଯାଇ ଦୁଇ ଝିଅଙ୍କୁ ଧରି ବ୍ରହ୍ମପୁର ଯାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ତେବେ ଏହି ଗୋଟିଏ ଘଟଣା ନୁହେଁ ।

ଦୁଇ ଦିନ ତଳେ କଟକ କାଠଯୋଡ଼ି ବ୍ରିଜ୍ ଉପରୁ ଡେଇଁ ପଡ଼ିଥିଲେ ସ୍ବାମୀ ଦେବବ୍ରତ ।ବାଇକ୍‌ରେ ଫେରୁଥିବା ବେଳେ କାଠଯୋଡ଼ି ବ୍ରିଜ୍‌ ଉପରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।ସ୍ବାମୀ ଦେବବ୍ରତ ରାଗରେ ନଦୀକୁ ଡେଇଁ ପଡ଼ିଥିବା ବେଳେ ସ୍ତ୍ରୀ ମଧ୍ୟ ଡେଇଁବାକୁ ଯାଉଥିବା ବେଳେ ପ୍ରତ୍ୟକ୍ଷଦର୍ଶୀ ବଞ୍ଚାଇଥିଲେ ।ତେବେ ଏ ପର୍ଯ୍ୟନ୍ତ ଦେବବ୍ରତଙ୍କର ପତ୍ତା ମିଳିନାହିଁ ।…

   Related Posts