ପୁରୀ, ୧୩|୦୩: ଆଜି ପୁରୀ ସ୍ୱର୍ଗଦ୍ୱାରରେ ଏକ ବଡ ଅଘଟଣ ଘଟିଛି। ଜଳନ୍ତା ଜୁଇକୁ ଡେଇଁ ଜଣେ ମହିଳା ଅଧା ଜଳିଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଶବଦାହ କାର୍ଯ୍ୟରେ ନିୟୋଜିତ ଲୋକେ ଉଦ୍ଧାର କରିଥିଲେ। ପରେ ତାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି।
ଏହି ମହିଳା ହେଲେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଭୀମା ଦାସଙ୍କ ପତ୍ନୀ ରମା ଦାସ। ଆଜି ମଧ୍ୟାହ୍ନରେ ଏହି ଅଘଟଣ ଘଟିଛି। ସ୍ୱର୍ଗଦ୍ୱାରରେ ଆଜି ଶବ ସତ୍କାର ଚାଲିଥିଲା। ହଠାତ ରମା ସେଟାରେ ପହଁଚି ଜୁଇକୁ ଡେଇଁ ପଡିଥିଲେ। କିଛି ଲୋକ ତାଙ୍କୁ ଜୁଇରୁ ଟାଣି ଉଦ୍ଧାର କରିଥିଲେ।
ତେବେ ରମା କହିଛନ୍ତି। ସେ ୧୫ ବର୍ଷ ତଳେ ବିବାହ କରିଥିଲେ। କିନ୍ତୁ ସ୍ୱାମୀ ଦୂରେଇ ଯାଇଥିଲେ। ଏହାପରେ ତାଙ୍କୁ ଆଉ ଜଣେ ବ୍ୟକ୍ତି ଆଶ୍ରୟ ଦେଇତିଲେ ମଧ୍ୟ ସେ ମଧ୍ୟ ଛାଡି ଚାଲିଯାଇଥିଲେ। ଏହାପରେ ସେ ପୁରୀ ବଡଦାଣ୍ଡ ଚାଲିଆସିଥିଲେ। ମାଗିଯାଚି ଖାଉଥିଲେ। ଗ୍ରାମରେ ତାଙ୍କ ପରିବାର ଲୋକେ ଥିଲେ ମଧ୍ୟ ସେମାନେ ତାଙ୍କୁ ପଚାରୁ ନାହାଁନ୍ତି। ସେଥିପାଇଁ ତାଙ୍କର ଆଉ ବଞ୍ଚିବାକୁ ଇଚ୍ଛା ନଥିବା ସେ କହିଛନ୍ତି।