୫ ସନ୍ତାନଙ୍କୁ ଧରି ଗଙ୍ଗା ନଦୀକୁ ଡେଇଁଲେ ମହିଳା: ନିଜେ ବାହାରକୁ ଚାଲିଆସିଲେ, ସମସ୍ତ ସନ୍ତାନ ନିଖୋଜ

Published By : Prameya-News7 Bureau | April 12, 2020 IST

ଲକ୍ଷ୍ନୌ, ୧୨|୦୪:  ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ନିଜର ୫ଜଣ ସନ୍ତାନଙ୍କୁ ଧରି ଗଙ୍ଗା ନଦୀକୁ ଡେଇଁ ପଡିଛନ୍ତି । ତେବେ ମହିଳାଜଣଙ୍କ ପହଁରି ବାହାରକୁ ଆସିଯାଇତିବା ବେଳେ ସନ୍ତାନମାନେ ବୁଡି ଯାଇଛନ୍ତି । ସେମାନଙ୍କୁ ଠାବ କରାଯାଇ ପାରି ନାହିଁ ।

ସୂଚନାନୁସାରେ, ଭଦୋହୀ ଜିଲ୍ଲାର ଗଙ୍ଗା ଘାଟରେ ରବିବାର ସକାଳେ ଜଣେ ମହିଳା ନିଜ ୫ ସନ୍ତାନଙ୍କ ସହ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳାଜଣଙ୍କ ହେଲେ ଗୋପିଗଞ୍ଜ ଥାନା ଅଧିନରେ ଥିବା ଜାହାଙ୍ଗୀରାବାଦର ମୃଦୁଳ ଯାଦବଙ୍କ ପତ୍ନୀ ମଞ୍ଜୁ ଯାଦବ । ସେ ନିଜର ୫ ସନ୍ତାନଙ୍କୁ ଧରି ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ନିଜେ ବାହାରକୁ ଆସିଯାଇଥିବା ବେଳେ ସନ୍ତାନମାନଙ୍କର କୌଣସି ପତ୍ତା ମିଳିନାହିଁ । ଏହି ସନ୍ତାନଙ୍କ ମଧ୍ୟରେ ମହିଳାଙ୍କ ୩ ଝିଅ ଓ ୨ ପୁଅ ରହିଥିଲେ । ତବେ ପାଣିରୁ ବାହାରକୁ ଆସିବା ପରେ ସେ ନିଜ ସନ୍ତାନଙ୍କୁ ବୁଡାଇ ଦେଇଥିବା ଗ୍ରାମବାସୀଙ୍କୁ କହିଥିଲେ ।

{"id":252976,"sizeSlug":"large"}

ଗଙ୍ଗାନଦୀ କୂଳରେ ବସିଥିବା ମହିଳାଙ୍କୁ ଦେଖି ଗ୍ରାମବାସୀ ପ୍ରଶ୍ନ କରିବା ପରେ ସମସ୍ତ କଥା ସାମ୍ନାକୁ ଆସିଥିଲା । ମହିଳାଜଣଙ୍କ ନିଜର ସମସ୍ତ ସନ୍ତାନଙ୍କୁ ବୁଡାଇ ଦେଇଥିବା କହିଥିଲେ । ତେବେ ମହିଳାଙ୍କ ସ୍ୱାମୀ ମୃଦୁଳ କହିଛନ୍ତି ଯେ, ମଞ୍ଜୁ ଶନିବାର ରାତ୍ରରେ ସମ୍ପର୍କୀୟଙ୍କ ଘରକୁ ଯାଇତିଲେ । ତେବେ ସେ ମାନସିକ ଭାବେ ସୁସ୍ଥ ଥିଲେ । ଏପରି ସେ କାହିଁକି କଲେ ଜଣାପଡି ନାହିଁ । ତେବେ ମୃଦୁଳଙ୍କ ସହ ଝଗଡାର ଏହା ପରିଣତି ବୋଲି ମଞ୍ଜୁ ଅଭିଯୋଗ କରିଛନ୍ତି ।

ଘଟଣାସ୍ଥଳରେ ପୋଲିସ ଓ ଦମକଳବାହିନୀ ପହଁଚି ସନ୍ତାନଙ୍କୁ ଉଦ୍ଧାର କରିବାରେ ଲାଗିଛି । ତେବେ ସେମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.