Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ସହାୟିକାଙ୍କୁ ଦେଉଥିଲେ ନିର୍ଯାତନା, କବାଟ ଖୋଲି ଗାଧୋଇବାକୁ କହୁଥିଲେ : ଏବେ କୋର୍ଟ ଶୁଣାଇଲେ ଜେଲ୍ ଦଣ୍ଡ

27/07/2021 at 3:04 PM

ନୂଆଦିଲ୍ଲୀ,୨୭/୦୭:    ସଂକୀନ୍ନ ମାନସିକତା । ଘରେ କାମ କରୁଥିବା ମହିଳାଙ୍କୁ କବାଟ ଖୋଲି ଗାଦୋଇବାକୁ କହିଲେ । ଏପରିକି କିପରି ଗାଧୋଉଛ ତାହା ମଧ୍ୟ ଦେଖାଇବାକୁ ଦେଲେ ନିର୍ଦ୍ଦେଶ । ଘରେ କାମ କରୁଥିବା ସହାୟିକାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି । କୋର୍ଟ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ସୂଚନା ଅନୁସାରେ, ଏହି ଘଟଣା ଘଟିଛି ସିଙ୍ଗାପୁରରେ । ଏଠାରେ ରୋସିଡାନା ନାମକ ଜଣେ ମହିଳା ତାଙ୍କ ଘରେ କାମ କରୁଥିବା ସହାୟିକା ମାୟଙ୍ଗସୁଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ମାୟଙ୍ଗସୁ ୨୦୧୭ ସେପ୍ଟେମ୍ବରରୁ ଡିସେମ୍ବର ୨୯ ଯାଏଁ ମହିଳାଙ୍କ ଘରେ କାମ କରୁଥିଲେ । ଘର କାମ କରିବା ସହ ଶିଶୁଙ୍କର ମଧ୍ୟ ଯତ୍ନ ନେଉଥିଲେ ।

ତେବେ ମାୟଙ୍ଗସୁ ଅଭିଯୋଗ କରିଥିଲେ ଯେ, ମହିଳା ତାଙ୍କୁ  ଛୁଟି ଦେଉନଥିଲେ କିମ୍ବା ଦରମା ମଧ୍ୟ ଠିକସେ ଦେଉନଥିଲେ । ଶୋଇବା ଠିକ ଭାବେ ହେଉନଥିଲା । ଅଧିକ ଚାପ ପ୍ରୟୋଗ କରୁଥିଲେ ।  ଏପରିକି ଦେହ ଗନ୍ଧ କରୁଛି ବାଥରୁମ ଖୋଲି ସାମ୍ନାରେ ଗାଧୋଇବାକୁ ସେ ମାୟଙ୍ଗସୁଙ୍କୁ କହିଥିଲେ । ଅଧିକ ନିର୍ଯାତନା ପରେ ସେ କାମ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ବି ମହିଳାଜଣଙ୍କ ତାଙ୍କୁ ବ୍ଲାକମେଲିଂ ମଧ୍ୟ କରିବାକୁ ପଛାଇ ନଥିଲେ ।  ଏପରିକି ତାଙ୍କ ସ୍ୱାମୀଙ୍କ ଆଗରେ ମଧ୍ୟ ଅତ୍ୟାଚାର କରିବା ସହ ଉଲଗ୍ନ କରି ମାନସିକ ଆଘାତ ଦେଉଥିଲେ । ଏନେଇ ମାୟଙ୍ଗସୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

କୋର୍ଟ ଏହି ମାମଲାରେ ଶୁଣାଣି କରି ରୋସିଡାନାଙ୍କୁ ୭୫୦୦ ଡଲାର ସହ ଦେଢବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି ।

   Related Posts