ଜୟପୁର୪/୧୨: ପରିବହନ ବିଭାଗର ମହିଳା ପୋଲିସ ଅଧିକାରୀ ୭୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି। ଓଭର ଲୋଡିଂ ଟ୍ରକ ପାସ୍ କରାଇଦେବା ବଦଳରେ ମହିଳା ପୋଲିସ ଅଧିକାରୀ ୭୦ ଟଙ୍କା ଲାଞ୍ଚ ମାଗିଥିବା ସୂଚନା ମିଳିଛି। ଏ ସଂପର୍କରେ ମହିଳା ଥାନା ଅଧିକାରୀଙ୍କ ବିରୋଧରେ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜୟପୁରର ଆଡିସ୍ନାଲ ଏସପିଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମହିଳା ପୋଲିସ ଅଧିକାରୀଙ୍କୁ ଗିରଫ କରିଛନ୍ତି।
ଏହି ଘଟଣାରେ ଜୟପୁରର ଆଡିସ୍ନାଲ ଏସପି ନରୋତ୍ତମ ବର୍ମାଙ୍କ ନିର୍ଦେଶରେ ଇନସ୍ପେକ୍ଟର ନୀରଜ ଭରଦ୍ବାଜଙ୍କ ନେତୃତ୍ବରେ ଏକ ଟିମ ଗଠନ ହୋଇଥିଲା। ଯେଉଁ ସ୍ଥାନରେ ମହିଳା ପୋଲିସ ଅଧିକାରୀ ଲାଞ୍ଚ ନେଉଥିଲେ ଠିକ୍ ସେହି ସ୍ଥାନରେ ପୋଲିସ ଟିମ ପହଞ୍ଚି ମହିଳା ଅଧିକାରୀଙ୍କୁ ଗିରଫ କରିଥିଲା।
ପୋଲିସର ସୂଚନା ଅନୁସାରେ ଓଭର ଲୋଡ଼ିଂ ଟ୍ରକ ପାସ କରାଇଦେବା ପାଇଁ ମାସିକିଆ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ମହିଳା ପୋଲିସ ଅଧିକାରୀ କହିଥିଲେ। କିନ୍ତୁ ଏକ ଲକ୍ଷ ବଦଳରେ ମାସକୁ ୭୦ ହଜାର ଟଙ୍କା ଦିଆଯିବ ବୋଲି ଟ୍ରକ ମାଲିକ ଓ ମହିଳା ପୋଲିସ ଅଧିକାରୀଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ପୂର୍ବ ଚୁକ୍ତି ଅନୁସାରେ ଟ୍ରକ ମାଲିକ ୭୦ ହଜାର ଟଙ୍କା ମହିଳା ପୋଲିସ ଅଧିକାରୀଙ୍କୁ ଦେବା ସମୟରେ ଅଚାନକ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହିଳା ପୋଲିସ ଅଧିକାରୀ ମୁକ୍ତା ସୋନୀଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା।