ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ଫୁଟିଲା ଗୁଳି, ମହିଳା ଗୁରୁତର, କିଏ ମାରିଲା ଜଣାନାହିଁ

Published By : Prameya-News7 Bureau | December 04, 2021 IST

କନ୍ଧମାଳ, ୦୪/୧୨: ଖଜୁରୀପଡା ରଞ୍ଜl କୁମ୍ପା ଜଙ୍ଗଲରେ ଦୁର୍ବୃତ୍ତର ଗୁଳି ମାଡରେ ମହିଳା ଗୁରୁତର । ଗୁରୁତର ଆହତ ମହିଳା ଜଣକ ହେଲେ ଖଜୁରୀପଡା ଥାନା ଛନ୍ଦୁର ପଦର ଗ୍ରାମର ଜୟନ୍ତୀ କହଁର ।  ସ୍ଵାମୀ ପବିତ୍ର କହଁର  ଓ ସ୍ତ୍ରୀ ଜୟନ୍ତୀ କହଁର ରଞ୍ଜlକୁମ୍ଫା ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୁଳିମାଡ଼ର ଶିକାର ହୋଇଛନ୍ତି ।  ସ୍ତ୍ରୀ ଜୟନ୍ତୀ କହଁରଙ୍କ ମୁଣ୍ଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଜୟନ୍ତୀ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି l  ଖଜୁରୀପଡା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l

ତେବେ ଜଙ୍ଗଲ ଭିତରେ କିଏ, କାଁହିକି ଓ କଣ ପାଇଁ ଗୁଳି ମାରିଲା କିଛି ଜଣାପଡ଼ି ନାହିଁ  l ହେଲେ କେହି ଶିକାରୀ ହୁଏତ ଅଜାଣତରେ ବନ୍ୟପ୍ରାଣୀ ଭାବି ଶିକାର କରିବା ଉଦ୍ଦେଶ୍ୟରେ ଗୁଳିମାରିଥାଇପାରେ ବୋଲି ସନ୍ଦେହ କରାଯାଉଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.