ଜଙ୍ଗଲକୁ ଯାଇନପାରି ଗ୍ରାମରେ ଲୁଚି ରହିଥିଲେ ଭାଲୁ, ଆକ୍ରମଣରେ ମହିଳା ଗୁରୁତର

Published By : Prameya-News7 Bureau | January 27, 2022 IST

ନୀଳଗିରି, ୨୭/୦୧: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମିତ୍ରପୁର ନିକଟ ଚଣ୍ଡୀପୁର ଗାଁରେ ଭାଲୁ ବୁଲୁଥିବା ଜଣାପଡ଼ିଛି । ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଦୁଇଟି ଭାଲୁ ଆଜି ସକାଳେ ଜଙ୍ଗଲ ଫେରିନପାରି ଚଣ୍ଡୀପୁର ଗାଁର ଏକ ବୁଦା ମୂଳରେ ଲୁଚି ରହିଥିଲେ।  ଏନେଇ ଗ୍ରାମବାସୀ ଜାଣି ପାରିନଥିଲେ। ସେହି ଗାଁର ଶାନ୍ତିଲତା ପାତ୍ର ନାମକ ମହିଳା ବାଡ଼ି ଭିତରକୁ ଯାଇଥିବା ବେଳେ ଗୋଟିଏ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିବା ବେଳେ ଗୋଟିଏ ଭାଲୁ ପଳାଇ ଯାଇଥିଲା। ଆକ୍ରମଣରେ ତାଙ୍କ ଜଙ୍ଘରେ ଗୁରୁତର ଭାବେ ଆଘାତ ଲାଗିଥିଲା। ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି। ଦୁଇଟି ଭାଲୁ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.