Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରେ ଶୋଇଥିବା ବେଳେ ଭୁଶୁଡିପଡିଲା କାନ୍ଥ, ଜଣେ ମହିଳା ଗୁରୁତର

7/09/2019 at 11:41 AM

ଆନନ୍ଦପୁର ୭।୯: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଗତକାଲି ରାତିରେ ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁର ଥାନା ଅଧିନ ବାଂଖିଡି ଗାଁରେ ମାଟି ଘର କାନ୍ଥ ଭୁଶୁଡି ପଡିଥିଲା । ଫଳରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ହେଉଛନ୍ତି ବସନ୍ତ ପାତ୍ରଙ୍କ ପତ୍ନୀ ଗୌରୀ ପାତ୍ର ।

ଗୁରୁତର ଅବସ୍ଥାରେ ଗୌରୀଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ଘରେ ଶୋଇଥିବା ବେଳେ ଶୋଇବା ଘରର ଗୋଟିଏ ପାଖ କାନ୍ଥ ହାଠାତ୍ ଗଳି ପଡିଥିଲା । କାନ୍ଥ ଭୁଶୁଡିବା ଯୋଗୁଁ ଅନ୍ୟ କାହାରି କିଛି କ୍ଷତି ହୋଇନାହିଁ।

   Related Posts