ପିଟବୁଲ୍ କୁକୁର କାମୁଡ଼ାରେ ଯୁବତୀ ଗୁରୁତର : କୁକୁର ମାଲିକ ବିରୋଧରେ ମାମଲା ରୁଜୁ
11/03/2020 at 3:15 PM

ଚଣ୍ଡିଗଡ଼ ୧୧/୩: ପିଟବୁଲ୍ କୁକୁର କାମୁଡ଼ାରେ ଜଣେ ଯୁବତୀ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାଟି ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟା ସେକ୍ଟର-୩୦ରେ ଘଟିଛି। କପୁରଥାଲାରୁ ନିଜ ମାଉସୀଙ୍କ ଘରକୁ ଆସିଥିବା ୨୫ବର୍ଷ ବୟସ୍କା ଲଭଲୀଙ୍କୁ ପିଟବୁଲ କୁକୁର କାମୁଡ଼ିଥିଲା।
ପୋଲିସ୍ ପିଟବୁଲ୍ କୁକୁରର ମାଲିକ ୫୦ବର୍ଷ ବୟସ୍କ ପ୍ରେମଚନ୍ଦଙ୍କ ବିରୋଧରେ ଆଇପିସି ୨୮୯ଅନୁସାରେ ମାମଲା ରୁଜୁ କରିଥିଲା କିନ୍ତୁ ପରେ ଜାମିନରେ ଛାଡ଼ିଥିଲା।