ଜଙ୍ଗଲୀ ଝାଡଖଣ୍ଡୀ ହାତୀ ଆକ୍ରମଣରେ ମହିଳା ଆହତ

Published By : Prameya-News7 Bureau | June 07, 2021 IST

ମୋରଡା ୭।୬: ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ମୋରଡା ବ୍ଲକ ସୁନାହଜାର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ଶିମିଳିପାଳର ୯ଟି ଜଙ୍ଗଲୀ ହାତୀ ଉକ୍ତ ଅଞ୍ଚଳରେ ରହିଥିବା ବେଳେ ବିଭିନ୍ନ ସମୟରେ ଲୋକମାନେ ଆହତ ହେଉଛନ୍ତି । ହାତୀ ପାଇଁ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

{"id":462702,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ସୋମବାର ସକାଳୁ ସୁନାହଜାର ଗ୍ରାମର ଭାରତୀ ମହାନ୍ତ ଘର ସାମ୍ନାକୁ ବାହାରିଲା ବେଳେ ହଠାତ ସାମ୍ନାରେ ଛିଡା ହୋଇଥିଲା ହାତୀ । ମହିଳା ଜଣଙ୍କ ଦୌଡିବାକୁ ଚେଷ୍ଟା କରିବାରୁ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଛି । ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବାରିପଦା ମେଡିକାଲକୁ ପଠାଯାଇଛି । ବେତନଟୀ ରେଞ୍ଜର ଘନଶ୍ୟାମ ସିଂ କହିଛନ୍ତି ଯେ, ଆମର ଜଣେ କର୍ମଚାରୀ ତାଙ୍କ ସହିତ ଯାଇଛନ୍ତି । ସରକାରୀ ନିୟମ ଅନୁଯାୟୀ ତାଙ୍କୁ ସହାୟତା କରାଯିବ । ଅନ୍ୟପଟେ ଶୀଘ୍ର ହାତୀ ପଲକୁ ଘୋଡାଇବା ପାଇଁ ସାଧାରଣ ରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.