ହାତୀ ନେଲା ଜୀବନ : ଆକ୍ରମଣରେ ଜଣେ ମୃତ, ମହିଳା ଗୁରୁତର

Published By : Prameya-News7 Bureau | June 10, 2021 IST

ଭଞ୍ଜନଗର ୧୦।୬: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ଏବଂ ବଙ୍କା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ପୃଥକ ପୃଥକ ଭାବରେ ଦୁଇଟି ସ୍ଥାନରେ ହାତୀ ଆକ୍ରମଣ କରିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଜିଲିବା ଗ୍ରାମରେ ସକାଳ ଭ୍ରମଣରେ ଆସୁଥିବା ବାଞ୍ଛାନିଧି ସେଠୀଙ୍କୁ ହାତୀ ଦଳି ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ବଙ୍କା ଗ୍ରାମରେ ତିନି ଜଣ ମହିଳା ନଦୀକୁ ଗାଧୋଇ ଯାଇଥିବା ବେଳେ ସେଠାରେ ହାତୀ ଆକ୍ରମଣ କରିବା ଫଳରେ ସବିତା ପରିଡା ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି । ସେ ଭଞ୍ଜନଗର ମେଡିକେଲରେ ଚିକିତ୍ସିତ ହେଉଛନ୍ତି । ଦକ୍ଷିଣ ଘୁମୁସର ବୁଗୁଡ଼ା ବନାଞ୍ଚଳ ବାଲିପଦର ସେକ୍ସନରେ ଏବେ ହାତୀ ପଲ ଚଳପ୍ରଚଳ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.