ବ୍ରହ୍ମଗିରିରେ ବୋମା ଫୁଟି ମହିଳା ଗୁରୁତର

Published By : Prameya-News7 Bureau | October 14, 2019 IST

ପୁରୀ ୧୪/୧୦: ବ୍ରହ୍ମଗିରିରେ ବୋମା ଫୁଟି ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିଲେ। 

{"id":169924}

ବ୍ରହ୍ମଗିରି ଥାନା ଅନ୍ତର୍ଗତ ଧର୍ମକୀର୍ତି ଗ୍ରାମର କୁନ୍ତଳା ପରିଡା ଆଜି ମଂଦିର ନିକଟରେ ପଡିଥିବା ଏକ ଷ୍ଟିଲ ଡବାକୁ ପାଇ ଘରକୁ ନେଇଥିଲେ । ଡବାଟି ହାତରେ ନ ଖୋଲିବାରୁ ତାକୁ କଟୁରି ଦ୍ୱାରା ଖୋଲିବାକୁ ଚେଷ୍ଟା କରିଥିଲେ । ଫଳରେ ହଠାତ ସେଥିରେ ବିସ୍ପୋରଣ ହୋଇଥଲା । ଯାହା ଫଳରେ ମହିଳାଙ୍କ ଶରୀରର ଗୋଡ ଓ ହାତରେ ଗଭୀର ଆଘାତ ହୋଇଛି । କେହି ଦୁର୍ବୁତ୍ତ ସେଠାରେ ଟିଫିନ ବୋମା ରଖିଥବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.