ଭାଲୁ ଆକ୍ରମଣରେ ମହିଳା ଗୁରୁତର, ପତ୍ର ତୋଳିବାକୁ ଯାଇଥିଲେ ଜଙ୍ଗଲକୁ

Published By : Prameya-News7 Bureau | May 27, 2020 IST

ନୀଳଗିରି ୨୭।୫: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ଅଧିନ ମଛୁଆ ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି ।

{"id":276810,"sizeSlug":"large"}

ସୂଚନାଯୋଗ୍ୟ ଯେ, ମଛୁଆ ଗ୍ରାମର ଉମେଶ ସଂଖୁଆଙ୍କ ସ୍ତ୍ରୀ ସୁଶିଳା କିଛି ଗ୍ରାମବାସୀଙ୍କ ସହ ପାଖ ସ୍ଵର୍ଣ୍ଣଚୂଡ ସଂରକ୍ଷିତ ଜଙ୍ଗଲକୁ ପତ୍ର ତୋଳିବାକୁ  ଯାଇଥିଲେ । ଲଟାମୂଳେ ଥିବା ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଜୀବନ ବିକଳରେ ଡାକ ପକଇବାରୁ ପାଖରେ ଥିବା କିଛି ଗ୍ରାମବାସୀ ଦୌଡି ଯିବାରୁ ଭାଲୁଟି ଛାଡି ପଳାଇଥିଲା । ତାଙ୍କୁ ଗୁରୁତର ଭାବେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ, ଗୋଡ଼, ଜଙ୍ଘରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.