ନିଜକୁ ପୋଲିସ ଏଏସଆଇ କହି ଅସୁଲ କରୁଥିଲେ କୋଭିଡ-୧୯ ଚାଲାଣ, ମହିଳା ଗିରଫ
13/08/2020 at 2:43 PM

ନୂଆଦିଲ୍ଲୀ ୧୩/୦୮ : ଦିଲ୍ଲୀ ପୋଲିସ ଗୁରୁବାର ଦିନ ଜଣେ ମହିଳାକୁ ଗିରଫ କରିଛି | ମହିଳା ଜଣକ ନିଜକୁ ଦିଲ୍ଲୀ ପୋଲିସର ସହକାରୀ ସବ୍-ଇନ୍ସପେକ୍ଟର (ଏଏସଆଇ) କହି ଲୋକଙ୍କ ଠାରୁ କୋଭିଡ-୧୯ ଚାଲାଣ ଅସୁଲ କରୁଥିଲେ | ମହିଳା ଧରା ପଡିବ ପରେ ପୋଲିସ ଉକ୍ତ ମହିଳାକୁ ଗିରଫ କରି ମହିଳା ବିରୋଧରେ ମାମଲା ରୁଜ୍ଜୁ କରିଛି | ପୋଲିସ କହିଛି ଯେ ସେ ମହିଳାକୁ ପଚରାଉଚୁରା କରୁଛି |
ଏହି କାମ ସେ ଏକା କରୁଥିଲେ ନା ତାଙ୍କ ସହ ଆଉ କିଏ ସାମିଲ ଅଛି ନା ସେ ଅନ୍ୟ କେଉଁ ଗ୍ୟାଙ୍ଗ ପାଇଁ ଏସବୁ କାମ କରୁଥିଲେ ସେ ନେଇ ପୋଲିସ ମହିଳାକୁ ପଚରାଉଚୁରା କରୁଛି | ତେବେ ଘଟଣା ସମ୍ପର୍କରେ ଏଯାଏଁ କିଛି ସ୍ପଷ୍ଟ ଜଣାପଡିନାହିଁ |