ମହିଳାଙ୍କ ଅଧିକାର ପାଇଁ ସ୍ୱର ଉଠାଇଲେ ମହିଳା ଆଇଏଏସ ଅଧିକାରୀ: ମନ୍ଦିରରେ ହୋମ କରିବାକୁ ବାରଣ କରିବାରୁ କ୍ଷୁବ୍ଧ

Published By : Prameya-News7 Bureau | October 27, 2020 IST

ସୋଲନ ୨୭/୧୦ : ହିମାଚଳ ପ୍ରଦେଶ ସୋଲନ ଜିଲ୍ଲାରେ ଜଣେ ମହିଳା ଆଇଏଏସ ଅଧିକାରୀଙ୍କୁ ମନ୍ଦିରରେ ହୋମଯଜ୍ଞ କରିବାକୁ କିଛି ଲୋକ ରୋକିଥିଲେ। ମହିଳା ଆଇଏଏସ ଅଧିକାରୀ ଏଥିରେ କ୍ଷୁବ୍ଧ ହୋଇ ତାଙ୍କୁ ଯାହା ଇଚ୍ଛା ତାହା କହିଥିଲେ। ନବରାତ୍ର ଅଷ୍ଟମୀ ଦିନ ସେଠାକାର ପ୍ରସିଦ୍ଧ ଶୁଳିନୀ ମାତା ମନ୍ଦିରରେ ଅଷ୍ଟମୀ ଅବସରରେ ହୋମ ହୋଇଥିଲା। ମହିଳା ଆଇଏଏସ ଅଧିକାରୀ ରୀତିକା ଜିନ୍ଦଲ ସେହି ଅଞ୍ଚଳର ତହସିଲଦାର ଏବଂ ମନ୍ଦିରର ସମସ୍ତ ପ୍ରବନ୍ଧ ମଧ୍ୟ ସେ ହିଁ ଦେଖୁଥିଲେ | କିନ୍ତୁ ଅଷ୍ଟମୀ ଦିନ ମନ୍ଦିରରେ ହୋମ କରିବାକୁ ତାଙ୍କୁ କିଛି ଲୋକ ରୋକିଥିବା ଅଭିଯୋଗ ହୋଇଛି। ସେମାନେ କହିଥିଲେ ମହିଳାଙ୍କୁ ହୋମ କରିବା ପାଇଁ ଅନୁମତି ନାହିଁ। ରୀତିକା ଏହାକୁ ବିରୋଧ କରି ପୂଜାରେ ସଲିମ ହୋଇଥିଲେ।  

{"id":351608,"sizeSlug":"large"}

ରୀତିକା ଜିନ୍ଦଲ ଅଭିମାନ କରି କହିଛନ୍ତି ଯେ, ଆମେ ମହିଳାଙ୍କ ସମ୍ମାନ କଥା କହୁଛୁ, କିନ୍ତୁ ଏହି ସମାଜରେ ତାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ ରଖାଯାଉଛି। ସେ କହିଛନ୍ତି ଯେ ଅଷ୍ଟମୀ ଦିନ ସକାଳେ ସେ ପୂଜା ବ୍ୟବସ୍ଥା ତଦାରଖ କରିବାକୁ ମନ୍ଦିର ଯାଇଥିଲେ। ମନ୍ଦିରରେ ମହିଳାଙ୍କ ପ୍ରବେଶ ଓ ପୂଜାକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ। ଅଷ୍ଟମୀ ଦିନ ସେଠାରେ ହୋମଯଜ୍ଞ ଚାଲିଥିଲା। ସେ ମନ୍ଦିରରେ ଉପସ୍ଥିତ ଲୋକଙ୍କୁ ହୋମରେ ସାମିଲ ହେବାକୁ କହିଥିଲେ। କିନ୍ତୁ ଲୋକେ ସଫା ମନା କରିଦେଇଥିଲେ ଯେ ଯେବେଠାରୁ ମନ୍ଦିରରେ ହୋମ ହେଉଛି ସେବେଠାରୁ କୌଣସି ମହିଳାଙ୍କୁ ହୋମରେ ବସିବାକୁ ଅଧିକାର ମିଳିନାହିଁ।

ଆଇଏଏସ ରୀତିକା ଜିନ୍ଦଲ କହିଛନ୍ତି ଯେ ଏହି ମାନସିକତାକୁ ବଦଳାଇବା ଦରକାର। ଏହି ମାନସିକତାକୁ ମହିଳାମାନେ ହିଁ ବଦଳାଇବା ଦରକାର। କିନ୍ତୁ ଏହି ରୂଢିବାଦି ଚିନ୍ତାଧାରାକୁ ବିରୋଧ କଲେ ହିଁ ଏହିଭଳି ମାନସିକତା ପରିବର୍ତ୍ତନ ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ତାଙ୍କୁ ହୋମରେ ବସିବାକୁ ବାରଣ କରାଯାଇଥିଲା ସେତେବେଳେ ସେ ନିଜ ଅଧିକାର ସମ୍ପର୍କରେ ସଚେତନ କରାଇ ହୋମରେ ସାମିଲ ହୋଇଥିଲେ। ରୀତିକା କହିଛନ୍ତି ପ୍ରଥମେ ସେ ଜଣେ ମହିଳା, ପରେ ଜଣେ ଅଧିକାରୀ। ଜଣେ ମହିଳା ହିସାବରେ ସେ ମହିଳା ଅଧିକାର ପାଇଁ ଏହି ଲଢେଇ ଲଢ଼ୁଛନ୍ତି।

{"id":351621,"sizeSlug":"large"}

ରୀତିକା ଜିନ୍ଦଲ ୧୯୮୬ ମସିହାରେ ଜନ୍ମ ହୋଇଥିଲେ। ତାଙ୍କ ଘର ପଞ୍ଜାବର ମୋଗା ଜିଲ୍ଲାରେ। ୨୦୧୮ ମସିହାରେ ସେ ୟୁପିଏସସି ପରୀକ୍ଷାରେ ୮୮ ରେଙ୍କ ହାସଲ କରିଥିଲେ। ବର୍ତ୍ତମାନ ସେ ସୋଲନରେ ତହସିଲଦାର ପଦବୀରେ ନିୟୋଜିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.