ଟ୍ୱିଟରରେ ମହିଳା ଆଇଏଏସ୍ ଅଫିସର ବଖାଣିଲେ ଦୁଃଖ, କହିଲେ କାର୍ଯ୍ୟାଳୟରେ ପୁରୁଷ କରୁଛନ୍ତି ଦୁର୍ବ୍ୟବହାର ଓ ଅଧିକାରର ଉଲ୍ଲଂଘନ, ଜାଣନ୍ତୁ କେଉଁଠି

Published By : Prameya-News7 Bureau | September 27, 2019 IST

ନୂଆଦିଲ୍ଲୀ :  ଜାତୀୟ ରାଜଧାନୀ ଦିଲ୍ଲୀରେ ଅବସ୍ଥାପିତ ଜନୈକା ମହିଳା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ତାଙ୍କ ଟ୍ୱିଟରରେ ଯାହା ଉଲ୍ଲେଖ କରିଛନ୍ତି, ତାକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଜଣେ ଆଇଏଏସ ଅଫିସର ହୋଇ ମଧ୍ୟ ସେ ନିଜକୁ କିପରି ଅସୁରକ୍ଷିତ ମନେ କରୁଛନ୍ତି ସେ ନେଇ ତାଙ୍କ ଅଧିକାରୀକ ଟ୍ୱିଟ୍ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି। ଏପରକି ସେ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବି ସୁରକ୍ଷିତ ମନେ କରୁନଥିବା ଉଲ୍ଲେଖ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

wp:html /wp:html

ଏହି ମହିଳା ଆଇଏଏସ୍ ଅଫିସର ଜଣକ ହେଉଛନ୍ତି ବର୍ଷା ଯୋଶୀ। ଉତ୍ତର ଦିଲ୍ଲୀ ନଗର ନିଗମରେ ଅବସ୍ଥାପିତ ବର୍ଷା ତାଙ୍କ ଅଧିକାରୀକ ଟ୍ୱିଟରେ ସବୁଦିନ କାର୍ଯ୍ୟାଳୟରେ ଦୁର୍ବ୍ୟବହାରର ଶିକାର ହେଉଥିବା ଉଲ୍ଲେଖ କରିଛନ୍ତି। ଏଣୁ କାର୍ଯ୍ୟାଳୟର ନିଜ ପ୍ରକୋଷ୍ଠରେ ବି ସେ ନିଜକୁ ଅସୁରକ୍ଷିତ ଭାବୁଥିବା ଲେଖିଛନ୍ତି। ବର୍ଷାଙ୍କ ଏହି ଟ୍ୱିଟ୍ ଏବେ ସୋସାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଯେଉଁ ଦେଶରେ ଜଣେ ମହିଳା ଆଇଏଏସ୍ ଅଫିସର ନିଜକୁ ସୁରକ୍ଷିତ ଭାବୁ ନାହାନ୍ତି ସେଠାରେ ସାଧାରଣ ଘରର ଝିଅ ବୋହୂଙ୍କ ଅବସ୍ଥା କିପରି ଥିବ ତାହା କେବଳ ଅନୁମାନ କରାଯାଇପାରେ ବୋଲି ଲୋକେ ମନ୍ତବ୍ୟ ଦେଇଛନ୍ତି।

{"id":163523,"width":579,"height":583}

ବର୍ଷାଙ୍କ ଟ୍ୱିଟ୍ କୁ ଟ୍ୟାଗ କରି ଅନ୍ୟ ଜଣେ ମହିଳା ବି ଟ୍ୱିଟ୍ କରିଛନ୍ତି। ଶ୍ୱାତୀ ନାମ୍ନୀ ଏହି ମହିଳା ଜଣକ ପିପିସିଏଲରେ କାମ କରୁଥିବା ବେଳେ ସେ ସବୁଦିନ ଯାତାୟାତ କରୁଥିବା ରାସ୍ତାର ଛକରେ କିଛି ଲୋକେ ପ୍ରତ୍ୟହ ହୁକ୍କା କରୁଥିବା ଓ ତାସ୍ ଖେଳୁଥିବା ଉଲ୍ଲେଖ କରିଛନ୍ତି। ଏମାନେ ଯିବା ଆସିବା ବେଳେ ମହିଳାଙ୍କୁ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ କରୁଛନ୍ତି। ଏ ନେଇ ସେ ପୋଲିସରେ ଅଭିଯୋଗ ବି କରିଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବର୍ଷାଙ୍କୁ କହି ତାଙ୍କ ଲୋକଙ୍କ ଦ୍ୱାରା ସେମାନଙ୍କ ବିରୋଧରେ କିଛି କରିବାକୁ ନିବେଦନ କରିଛନ୍ତି।

{"id":163522}

ତେବେ ବର୍ଷା ରି ଟ୍ୱିଟ୍ କରି 'ଏହା ଏପରି ଏକ ସମସ୍ୟା ଯାହାର କେବେ ସମାଧାନ ହୋଇ ପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ମୁଁ ବି କାର୍ଯ୍ୟାଳୟରେ ପ୍ରାୟ ଦିନ ଦୁର୍ବ୍ୟବହାରର ଶିକାର ହେଉଥିବା ଉଲ୍ଲେଖ କରିଛନ୍ତି। ତେବେ ଏହା ପୋଲିସର କାମ ବୋଲି କହିଥିବା ବେଳେ ଏଭଳି ସମସ୍ୟାର ସମାଧାନ କିପରି ବାହାର କରାଯାଇ ପାରିବ ସେ ନେଇ ଓଲଟି ପ୍ରଶ୍ନ କରିଛନ୍ତି '।

{"id":163521}

ତେବେ ସେମାନଙ୍କ ଏହି ଟ୍ୱିଟ୍ ରେ ଅନେକ ଲୋକ ଯୋଡି ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ଜଣେ ୟୁଜର ଲେଖିଛନ୍ତି ପିଏମ ମୋଦି ଆପଣ ବେଟି ପଢାଓ ବେଟି ବଚାଓ ନାରା ଦେଉଛନ୍ତି। ହେଲେ ବେଟି ସେତେବେଳେ ପଢିବ ଯେତେବେଳେ ସେ ବଞ୍ଚିବ ବୋଲି ଉଲ୍ଳେଖ କରିଛନ୍ତି। ସେହିପରି ଜଣେ ମହିଳା ପୁରୁଷଙ୍କ ବିଚାର କେବେ ବଦଳିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ସେମାନଙ୍କ ଏହି ଭଳି ବିଚାର ଯୋଗୁ ମହିଳାମାନେ ଭୋଗୁଥିବା ସମସ୍ୟା ନେଇ କୌଣସି ଆଇନ ବି ନଥିବା ଲେଖିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.