କୋର୍ଟ ପରିସରରେ ମହିଳା ଆଇଏଏସ ଅଧିକାରୀଙ୍କୁ ଅସଦାଚରଣ

Published By : Prameya-News7 Bureau | January 11, 2019 IST

ଦିଲ୍ଲୀ ୧୧/୧ : ଦିଲ୍ଲୀର ସାକେଟ କୋର୍ଟ ପରିସରରେ ଜଣେ ମହିଳା ଆଇଏଏସ ଅଧିକାରୀଙ୍କୁ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି | ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି | ପୀଡିତା ଆଇଏଏସ ଅଧିକାରୀ ୨୦୧୪ ବ୍ୟାଚର ଆଇଏଏସ ଅଫିସର | ବର୍ତ୍ତମାନ ସେ ମିଜୋରାମର ପଦାଧିକାରୀ ଅଛନ୍ତି | ସେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଖୋଜୁଛି |


ଗୁରୁବାର ଦିନ ମହିଳା ଆଇଏଏସ ଅଧିକାରୀ କୌଣସି କାମରେ ସାକେଟ କୋର୍ଟ ଯାଇଥିଲେ | ସେତେବେଳେ କୋର୍ଟ ପରିସର ମଧ୍ୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ସହ ଦୁର୍ବ୍ୟବହାର କରିଥିଲା | ମହିଳା ଆଇଏଏସ ଅଧିକାରୀ ତାଙ୍କୁ ବିରୋଧ କରିବାରୁ ସେ ତାଙ୍କ ସହ ଅସଦାଚରଣ କରିଥିଲା | ମହିଳା ଆଇଏଏସ ଅଧିକାରୀ ଏହି ମାମଲାରେ ସାକେଟ କୋର୍ଟର ଜଣେ ଓକିଲ ଏବଂ ତାଙ୍କ ସାଥିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି |


ମାମଲାରେ ଏବେ ଯାଏଁ କେହି ଗିରଫ ହୋଇନାହାନ୍ତି | ପୋଲିସ ମାମଲାର ତଦନ୍ତ କରୁଛି | ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ କୋର୍ଟ ପରିସରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.