Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ବାପ ପୁଅଙ୍କୁ ବାନ୍ଧି ନାବାଳିକା ଝିଅ ସାମ୍ନାରେ ମା’କୁ ଦୁଷ୍କର୍ମ : କୋର୍ଟ ଶୁଣାଇଲେ ଏହିଭଳି ସଜା

17/06/2019 at 11:10 AM

ଝିଅ ସାମ୍ନାରେ ମାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୭୩ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ୩୨ ବର୍ଷ ବୟସ୍କ ଅଭିଯୁକ୍ତ ମହିଳାଙ୍କ ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଛି । ପାଟିକଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ଅଭିଯୁକ୍ତ ମହିଳାଙ୍କ ଝିଅକୁ ମଧ୍ୟ ଯୌନ ଶୋଷଣ କରିବାକୁ ଚେଷ୍ଟା କରିଥିଲା । ଘଟଣା ସାଉଥ ଆଫ୍ରିକାର ଇଷ୍ଟର୍ନ କ୍ୟାପ ଅଞ୍ଚଳର । ଅଭିଯୁକ୍ତ ହେଲା ସେଭେଞ୍ଜିଲା ସିମାନେ । ପୀଡିତା ୪୫ ବର୍ଷ ବୟସ୍କା ମହିଳା ଏକ ଫାର୍ମ ହାଉସରେ ରୁହନ୍ତି । ଅଭିଯୁକ୍ତ ତାଙ୍କୁ ଫାର୍ମ ହାଉସରେ ଆକ୍ରମଣ କରିଥିଲା । ମହିଳାଙ୍କୁ ଦୁଷ୍କର୍ମ ବେଳେ ସିମାନେ ଘରଲୋକଙ୍କୁ ବାନ୍ଧି ଦେଇଥିଲା ।

ମହିଳାଙ୍କ ଅଭିଯୋଗକ୍ରମେ ସିମାନେ ଦୁଷ୍କର୍ମ କରିବା ପରେ ମହିଳାଙ୍କ ଘରେ ଲୁଟପାଟ ମଧ୍ୟ କରିଥିଲା । ବିଚାରପତି ଅଭିଯୁକ୍ତର ଏହିଭଳି କୃତ୍ୟ ପାଇଁ ତାକୁ ୨ ଆଜୀବନ କାରାଦଣ୍ଡ ଅର୍ଥାତ ୧୭୩ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ଘଟଣା ୨୦୧୮ ମସିହା ମାର୍ଚ୍ଚ ୨୩ ତାରିଖରେ ଘଟିଥିଲା । 

ସିମେନ ପୀଡିତା ମହିଳାଙ୍କ ୧୫ ବର୍ଷର ପୁଅକୁ ହତ୍ୟା କରିବା ପାଇଁ ଧମକ ଦେଇଥିଲା । ମହିଳାଙ୍କ ୧୩ ବର୍ଷର ନାବାଳିକା ଝିଅକୁ ମଧ୍ୟ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଫେରାର ହୋଇଯାଇଥିଲା । ମହିଳାଙ୍କ ଫାର୍ମ ହାଉସ ଆଖପାଖରେ କେହି ରୁହନ୍ତି ନାହିଁ । ପଡୋଶୀ କିଛି ଦୂରରେ ରୁହନ୍ତି ।

ଏହାର ଫାଇଦା ଉଠାଇ ଅଭିଯୁକ୍ତ ଫାର୍ମ ହାଉସକୁ ପଶିଥିଲା ଏବଂ ଦୁଷ୍କର୍ମ ସହ ଲୁଟପାଟ କରିଥିଲା । ପଡୋଶୀ ଦୂରରେ ରହୁଥିବା ଯୋଗୁଁ କେହି ଗୁଳିର ଶବ୍ଦ ଶୁଣି ପାରିନଥିଲେ । ପୀଡିତା ପରିବାର ଏବେ ସାଉଥ ଆଫ୍ରିକା ଛାଡି ଅଷ୍ଟ୍ରେଲିଆରେ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

   Related Posts